Voice of Eastern India

ପୋଖରୀରେ ଖସି ପଡିଲା ବରଯାତ୍ରୀ ଗାଡି଼, ୫ ମୃତ


ଢେଙ୍କାନାଳ ୨୩।୦୭ : ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ । ଜୀବନ ହାରିଲେ ୫ ବରଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ଛାଟିଆ ଗ୍ରାମରେ । 

ସୂଚନାନୁସାରେ, ଜିଲ୍ଲାର ଇନ୍ଦିପୁର ଗ୍ରାମରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ବୁଧବାର ବିଳମ୍ବିତ ରାତ୍ରରେ ୭ ଜଣ ଯୁବକ ଏକ ଏକ୍ସୟୁଭିରେ ମୋଟଙ୍ଗା ବାଙ୍ଗୁରିସିଂରୁ ଇନ୍ଦିପୁର ଯାଉଥିଲେ । ଏହି ସମୟରେ ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମରେ ଥିବା ପୋଖରୀରେ ସେମାନଙ୍କ ଗାଡ଼ିଟି ଭାରସାମ୍ୟ ହରାଇ ଖସି ପଡିଥିଲା । ପୋଖରୀରେ ଗାଡିଟି ପଡିଯିବା ପରେ ବରଯାତ୍ରୀମାନେ ବାହାରି ପାରିନଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଅନ୍ୟ ଦିଗରେ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

Also Read :- ୨୮ ଯାଏଁ ପ୍ରବଳ ବର୍ଷା, ବାହୁଡା ଦିନ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରିବା ସହତଦନ୍ତ ଆରମ୍ଭ କରିଛି ।

Source link



Source link

Leave A Reply

Your email address will not be published.