Voice of Eastern India

ଗୁଣ୍ଡିଚା ମନ୍ଦିରରେ ମହିଳା ଶ୍ରଦ୍ଧାଳୁ ବେହୋସ୍, ପୁରୀ ହସ୍ପିଟାଲରେ ଭର୍ତ୍ତି



ପୁରୀ ୨୩।୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସିଥିବା ମହିଳା ଶ୍ରଦ୍ଧାଳୁ ବେହୋସ୍ ହୋଇପଡିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ବ୍ୟାରିକେଡ଼ ଭିତରେ ଜଣେ ମହିଳା ଶ୍ରଦ୍ଧାଳୁ ବେହୋସ୍ ହୋଇପଡ଼ିଥିବା ଜଣାପଡିଛି । ତୁରନ୍ତ ଓଡ୍ରାଫ ଟିମ୍ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲକୁ ପଠାଇଛନ୍ତି । ଅସୁସ୍ଥ ମହିଳା ଜଣକ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି ।

ଗୁରୁବାର ସକାଳ ୮ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମହିଳା ଜଣକ ଧାଡ଼ିରେ ଠିଆ ହୋଇଥିଲେ । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତଙ୍କ ଉପରେ ଜଳ ସିଞ୍ଚନ କରାଯାଉଛି ।

Also Read:- ମୋବାଇଲ ଦେଖାକୁ ବାରଣ କରିବାରୁ ପୁଅର ଆତ୍ମହତ୍ୟା, ପୁଅ ମୃତ୍ୟୁ ଖବର ପାଇ ମାଆ ପିଇଲା ବିଷ

ସେପଟେ ରାତି ପାହିଲେ ପବିତ୍ର ବାହୁଡ଼ା ଯାତ୍ରା । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ବାହୁଡ଼ା ପାଇଁ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ ୨୦୫ ପ୍ଲାଟୁନ ପୋଲିସ ଫୋର୍ସ । ଗୁରୁବାର ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହେବ । ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ ମାର୍ଗଦର୍ଶିକା ପାଳନ କରିବା ପାଇଁ ଏଡିଜିଙ୍କ ନିବେଦନ । ସନ୍ଧ୍ୟା ୬ଟା ଯାଏଁ ଚାଲିବ ସନ୍ଧ୍ୟା ଦର୍ଶନ । ଏହାପରେ ଦର୍ଶନ ବନ୍ଦ କରାଯାଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ଶୁକ୍ରବାର ବାହୁଡ଼ା ଏବଂ ପରଦିନ ସୁନାବେଶ । ଏଣୁ ପୋଲିସ ପାଇଁ ଏହା ବଡ଼ ଚାଲେଞ୍ଜ । ମହାପ୍ରଭୁଙ୍କ କୃପାରୁ ଶୁକ୍ରବାର ତିନି ରଥ ଶ୍ରୀମନ୍ଦିରରେ ଲାଗିବ ବୋଲି ଆଶା ରହିଛି । ସୁନାବେଶ ପାଇଁ ପରବର୍ତ୍ତୀ ସୂଚନା ଦିଆଯିବ ବୋଲି ପୋଲିସ ଏଡିଜି ସୂଚନା ଦେଇଛନ୍ତି ।
Source link



Source link

Leave A Reply

Your email address will not be published.