Voice of Eastern India

ନିଟ୍- ୟୁଜି ୨୦୨୪ ପ୍ରଶ୍ନପତ୍ର ଲିକ୍ ମାମଲା, କିଙ୍ଗପିନ୍‌କୁ ସିବିଆଇର କ୍ଲିନ୍ ଚିଟ୍



ନୂଆଦିଲ୍ଲୀ: ୨୦୨୪ ନିଟ୍- ୟୁଜି ପେପର ଲିକ୍ ମାମଲାରେ ସିବିଆଇ ସଞ୍ଜୀବ ମୁଖିଆକୁ କ୍ଲିନ୍ ଚିଟ୍ ଦେଇଛି। ସଞ୍ଜୀବ କୁମାର ଓରଫ୍ ସଞ୍ଜୀବ ମୁଖିଆ ବିରୋଧରେ ଯାଞ୍ଚ ସମୟରେ ଏଭଳି କୌଣସି ପ୍ରମାଣ ମିଳିନାହିଁ। ଯାହାଦ୍ବାରା ଏହି ମାମଲାରେ ସଞ୍ଜୀବର ଭୂମିକା ପ୍ରମାଣିତ ହୋଇପାରିନାହିଁ ବୋଲି ଏଜେନ୍ସୀ ପକ୍ଷରୁ କୁହଯାଇଛି। ଏହା ସହ ସଞ୍ଜୀବକୁ ଜାଣିଶୁଣି ରକ୍ଷା କରାଯାଉଥିବା ନେଇ ସୋସିଆଲ ମିଡିଆରେ ଯେଉଁ ଆଲୋଚନା ହେଉଛି, ତାହା ସଂପୂର୍ଣ୍ଣ ଭାବରେ ତଥ୍ୟହୀନ ବୋଲି କହିଛି ସିବିଆଇ।

ସିବିଆଇ ଅନୁସାରେ, ବିହାର ପୋଲିସ ନିଟ୍- ୟୁଜି ୨୦୨୪ ପ୍ରଶ୍ନପତ୍ର ଚୋରି ହୋଇଥିବା ନେଇ ପ୍ରାଥମିକ ଭାବରେ ଯେଉଁ ମାମଲା ରୁଜୁ କରିଥିଲା ସେଥିରେ ସଞ୍ଜୀବ ମୁଖିଆର ନାଁ ଏଫଆଇଆର ଯୋଡ଼ାଯାଇଥିଲା। କାରଣ ସଞ୍ଜୀବ ପୂର୍ବରୁ ମଧ୍ୟ ପଶ୍ନପତ୍ର ଲିକ୍ ସହ ଜଡ଼ିତ କିଛି ମାମଲାରେ ଅଭିଯୁକ୍ତ ଥିଲା। ତେବେ ନିଟ୍- ୟୁଜି ୨୦୨୪ ମାମଲାରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବିସ୍ତୃତ ଯାଞ୍ଚ ସମୟରେ ସିବିଆଇ ପ୍ରଶ୍ନପତ୍ର ଚୋରି, ଏହାର ବିତରଣ ଏବଂ ଏହାର ଫାଇଦା ଉଠାଇଥିବା ସମସ୍ତଙ୍କ ଚିହ୍ନଟ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୪୫ ଜଣକ ବିରୋଧରେ ପାଟନା ହାଇକୋର୍ଯରେ ଅନେକ ଚାର୍ଜସିଟ୍ ଦାଖଲ କରାଯାଇସାରିଛି।

ସଞ୍ଜୀବ ମୁଖିଆଙ୍କ ବିରୋଧରେ ମିଳିନାହିଁ କୌଣସି ପ୍ରମାଣ- ସିବିଆଇ

ସିବିଆଇର କହିବା ଅନୁସାରେ, ଯାଞ୍ଚ ସମୟରେ ସଞ୍ଜୀବ ମୁଖିଆଙ୍କ ବିରୋଧରେ ଏଭଳି କୌଣସି ସାକ୍ଷ୍ୟ ମିଳିନାହିଁ। ଯାହାଦ୍ବାରା ଏହା ପ୍ରମାଣିତ ହୋଇପାରିବ ଯେ, ନିଟ୍- ୟୁଜି ୨୦୨୪ ପ୍ରଶ୍ନପତ୍ର ଚୋରି କରିବା କିମ୍ବା ତାହାକୁ ସେୟାର କରିଥିବା ଷଡ଼ଯନ୍ତ୍ରରେ ସେ ସାମିଲ ଥିଲା। ଯାଞ୍ଚ ସମୟରେ ସଞ୍ଜୀବ ମୁଖିଆ ଫେରାର ଥିଲା। ପରେ ବିହାର ପୋଲିସ ତାକୁ ଅନ୍ୟ ମାମଲାରେ ଗିରଫ କରିଥିଲା। ଏମିତିରେ ନିଟ୍- ୟୁଜି ମାମଲାରେ ଏଫଆଇଆରରେ ତା ନାଁ ଥିବାରୁ ସିବିଆଇ ତାକୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।

Also Read: NEET ପ୍ରସଙ୍ଗକୁ ସଂସଦ ତୃତୀୟ ଦିନ ବି ଅଚଳ, ଆଲୋଚନା ଲାଗି ସରକାର ପ୍ରସ୍ତୁତ, ଜିଦ୍ ଛାଡୁ ନାହାନ୍ତି ବିରୋଧୀ

ତେବେ ପଚରାଉଚରା ଏବଂ ଯାଞ୍ଚ ପରେ ମଧ୍ୟ ତା ବିରୋଧରେ କୌଣସି ଦୃଢ଼ ପ୍ରମାଣ ମିଳିନାହିଁ। ଏଥିପାଇଁ ସିବିଆଇ ଏହି ମାମଲାରେ ତା’ ବିରୋଧରେ ଚାର୍ଜସିଟ୍ ଦାଖଲ କରିନାହିଁ। ଏଜେନ୍ସୀ କହିଛି ନିଟ୍- ୟୁଜି ମାମଲାରେ ଜାମିନି ମିଳିବା ପରେ ବି ସଞ୍ଜୀବ ଅନ୍ୟ ମାମଲାରେ ବିହାର ପୋଲିସର ଯାଞ୍ଚ କାରଣରୁ ସେ ବିଚାରବିଭାଗୀୟ ହାଜତରେ ଅଛି।

ସିବିଆଇ ଆହୁରି କହିଛି ନିଟ୍ ୟୁଜି ୨୦୨୪ ପେପର ଲିକ୍ ମାମଲାର ପୂରା ଷଡ଼ଯନ୍ତ୍ରର ଖୁଲାସା ହୋଇସାରିଛି। ଆଉ ଏଥିରେ ସାମିଲ ଲୋକଙ୍କ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିବିଆଇ କହିଛି ସଞ୍ଜୀବ ମୁଖିଆକୁ ଜାଣିଶୁଣି ଯାଞ୍ଚରୁ ବାଦ୍ ଦେବା କଥା ସଂପୂର୍ଣ୍ଣ ବିଭ୍ରାନ୍ତିକର।
Source link



Source link

Leave A Reply

Your email address will not be published.