Voice of Eastern India

Nearly three lakh people die from drowning every year worldwide


ନୂଆଦିଲ୍ଲୀ: ଜୁଲାଇ ୨୫ World Drowning Prevention Day ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ଚିନ୍ତାଜନକ ତଥ୍ୟ ପ୍ରକାଶ କରିଛି। ସଂଗଠନର ସୂଚନା ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ଲୋକ ପାଣିରେ ବୁଡ଼ି ପ୍ରାଣ ହରାଉଛନ୍ତି। ୫ ରୁ ୧୪ ବର୍ଷ ବୟସ୍କ ଶିଶୁମାନଙ୍କ ମୃତ୍ୟୁର ୧୦ଟି ମୁଖ୍ୟ କାରଣ ମଧ୍ୟରୁ ବୁଡ଼ିଯିବା ଅନ୍ୟତମ କାରଣ ପାଲଟିଛି।

ନଦୀ, ହ୍ରଦ, କୂଅ, ପୋଖରୀ ଏବଂ ସ୍ୱିମିଂ ପୁଲ୍‌ରେ ଏହିସବୁ ଦୁର୍ଘଟଣା ଅଧିକାଂଶ ସମୟରେ ଘଟୁଛି। ଏହି ମୋଟ ମୃତ୍ୟୁର ୯୦ ପ୍ରତିଶତରୁ ଅଧିକ କେବଳ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ରେକର୍ଡ କରାଯାଉଛି। ବୁଡ଼ିଯିବା ଜନିତ ମୃତ୍ୟୁ ରୋକିବା ପାଇଁ WHO ନିଜର ‘PROTECT’ ନାମକ ଏକ ବୈଷୟିକ ରଣନୀତି ଜାରି କରିଛି। ଏହା ୨୦୨୫ ମସିହାରେ ଆରମ୍ଭ ହୋଇଥିବା ‘ଗ୍ଲୋବାଲ୍ ଆଲାଏନ୍ସ ଫର୍ ଡ୍ରାଉନିଂ ପ୍ରିଭେନସନ୍’ର ନୀତି ନିୟମ ଉପରେ ଆଧାରିତ।

PROTECT ରଣନୀତିର ୭ଟି ମୁଖ୍ୟ ଦିଗ:

୧. ଭୌତିକ ଭିତ୍ତିଭୂମିର ସୁରକ୍ଷା (Physical Infrastructure)

୨. ଉଦ୍ଧାର ଓ ତାଲିମ (Rescue and Resuscitation)

୩. ଜଳାଶୟ ନିକଟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସୁରକ୍ଷା (Occupational Safety)

୪. ଜଳପଥ ପରିବହନ ସୁରକ୍ଷା (Water Transport Safety)

୫. ସ୍କୁଲ ପିଲାଙ୍କୁ ସ୍ୱିମିଂ ଓ ଜଳ ସୁରକ୍ଷା ଶିକ୍ଷା (Swimming & Water Safety Education)

୬. ଶିଶୁ ଯତ୍ନ ପ୍ରଣାଳୀ (Child-care Systems)

୭. ବନ୍ୟା ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି (Flood Preparedness)

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧାନୋମ୍ କହିଛନ୍ତି, ‘ପ୍ରତ୍ୟେକ ବୁଡ଼ିଯିବା ଦୁର୍ଘଟଣା  ଦୁଃଖଦାୟକ ।  କିନ୍ତୁ ଏଗୁଡ଼ିକୁ ରୋକାଯାଇପାରିବ। ‘PROTECT’ ରଣନୀତି ଦେଶଗୁଡ଼ିକୁ ପ୍ରମାଣ-ଆଧାରିତ ମାର୍ଗଦର୍ଶନ ଯୋଗାଇଥାଏ। ବୁଡ଼ିଯିବା ରୋକିବା କେବଳ ଗୋଟିଏ ମନ୍ତ୍ରଣାଳୟର କାମ ନୁହେଁ, ଏହା ସମସ୍ତଙ୍କର କର୍ତ୍ତବ୍ୟ।’ଚଳିତ ବର୍ଷ ବିଶ୍ୱ ବୁଡ଼ିଯିବା ନିରୋଧ ଦିବସର ମୁଖ୍ୟ ବିଷୟବସ୍ତୁ (Theme) ହେଉଛି— “Unite to turn the tide” (ଏକଜୁଟ ହୋଇ ସ୍ରୋତକୁ ବଦଳାନ୍ତୁ)। ଏହା ସରକାର, ବିଭିନ୍ନ ସଂସ୍ଥା ଏବଂ ସମାଜ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରେ।

Source link



Source link

Leave A Reply

Your email address will not be published.