Voice of Eastern India

ଅଯୋଧ୍ୟା ଓ ବଦ୍ରିନାଥ ପରେ ତାମିଲନାଡୁ ମନ୍ଦିରରେ ହୋଇଛି ଦାନ ହେରଫେର, ୮ ଅଧିକାରୀ ନିଲମ୍ବିତ


କୋୟମ୍ବାଟୁର : ଅଯୋଧ୍ୟା ରାମ ମନ୍ଦିର ଓ ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରରେ ଦାନ ହେରଫେର ମାମଲା ପରେ କୋୟମ୍ବାଟୁରସ୍ଥିତ ପ୍ରସିଦ୍ଧ ଅରୁଲମିଗୁ କୋନିୟମ୍ମନ ମନ୍ଦିରରେ ମଧ୍ୟ ଦାନ ହେରଫେର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ହୁଣ୍ଡି ନିଧିର ଦୁରୁପଯୋଗ ଲାଗି ମନ୍ଦିରର ୮ ଜଣ ଅଧିକାରୀଙ୍କୁ ରବିବାର ନିଲମ୍ବିତ କରାଯାଇଛି। ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ବନ୍ଦୋବସ୍ତି (ଏଚଆର ଆଣ୍ଡ ସିଇ) ଯୁଗ୍ମ କମିଶନର ରମେଶ କୁମାର ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ପ୍ରତ୍ୟକ୍ଷ ଚୋରି ସନ୍ଦେହରେ ୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଗୁରୁତର ପ୍ରଶାସନିକ ଦାୟିତ୍ୱହୀନତା ଲାଗି ଅନ୍ୟ ୪ ଜଣ ଅଧିକାରୀଙ୍କୁ ଦଣ୍ଡିତ କରାଯାଇଛି। ମନ୍ଦିରରେ ଜୁଲାଇ ୧୫ ତାରିଖ ଦିନ ଦାନ ଗଣନା ସମୟରେ ପ୍ରଥମ ଥର ହୁଣ୍ଡି ନିଧିର ଦୁରପଯୋଗ ଅଭିଯୋଗ ଉଠିଥିଲା। ଅନିୟମିତତା ନେଇ ଏଚଆର ଆଣ୍ଡ ସିଇ ତଦନ୍ତ ଆରମ୍ଭ କରିଥିଲେ ଓ ପାଣ୍ଠି ଦୂରୁପଯୋଗ ଲାଗି ଦାୟି ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ।

ଚୋରି ଅଭିଯୋଗରେ ଧରାପଡିଥିବା ୪ ଅଧିକାରୀଙ୍କ ମଧ୍ୟରେ ଟିକେଟ୍ କଲେକ୍ଟର ଏ.ବାଲାସୁବ୍ରମଣ୍ୟନ (୫୨), କାର୍ଯ୍ୟାଳୟ ସହାୟକ ସରଭନନ (୩୪), ସେଫେଇ କର୍ମଚାରୀ ପ୍ରଦୀପ କୁମାର (୨୧) ଓ ମନ୍ଦିରର ପୂଜାରୀ ଏସ୍. କୃଷ୍ଣ ରାଜ ଅଛନ୍ତି। ପୋଲିସ ଓ ମନ୍ଦିର ଅଧିକାରୀଙ୍କ ଅନୁସାରେ ୪ ଜଣ ଅଭିଯୁକ୍ତ ମୁଖ୍ୟ ଦାନଗଣନା ଅଞ୍ଚଳରୁ ଏକ ଗଣତି ହୋଇ ନଥିବା ହୁଣ୍ଡିକୁ ପୃଥକ କରି ନେଇଥିଲେ। ଏଥିରୁ ବାହାରିଥିବା ଅର୍ଥକୁ ସେମାନେ ଏକ ଟ୍ରଲିରେ ମନ୍ଦିର ପଛପଟକୁ ନେଇ ଯାଇଥିଲେ ଓ ଏଥିରେ ଥିବା ନଗଦ ୩୧ ହଜାର ଟଙ୍କା ନିଜନିଜ ମଧ୍ୟରେ ବାଣ୍ଟି ନେଇଥିଲେ। ୨୫ ଜୁଲାଇ ଶନିବାର ଅକ୍କଡମ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଏଚଆର ଆଣ୍ଡ ସିଇ ରବିବାର ସେମାନଙ୍କୁ ନିଲମ୍ବନ କରିଛନ୍ତି। ତାମିଲନାଡୁର ଅରୁଲମିଗୁ କୋନିୟମ୍ମନ ମନ୍ଦିର ଦେଶରେ ମନ୍ଦିର ପାଣ୍ଠି ଦୂରୁପଯୋଗ ମାମଲାରେ ଯୋଡି ହୋଇଯାଇଛି।

Source link



Source link

Leave A Reply

Your email address will not be published.