Voice of Eastern India

ବନ୍ୟା ସ୍ଥିତିରେ ଆସିନାହିଁ ସୁଧାର, ଏବେବି ଅନେକ ଲୋକ ପାଣି ଘେରରେ


ଭଦ୍ରକ ୩୦।୦୭ : ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିରେ ଆସିନାହିଁ ସୁଧାର । ଏବେ ମଧ୍ୟ ଅନେକ ସ୍ଥାନରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ବନ୍ୟା ଜଳ ୧୮.୭୦ ମିଟରରେ ପ୍ରଭାବିତ ହେଉଛି । ଏବେବି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ଅଞ୍ଚଳରେ ବନ୍ୟା ସ୍ଥିତି ଜାରି ରହିଛି। ସାଳନ୍ଦୀ ନଦୀରେ ମଧ୍ୟ ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ ।

ତେବେ ପ୍ରାଥମିକ ସୂଚନା ଅନୁଯାୟୀ, ଏବେ ଯାଏଁ ବନ୍ୟାରେ ୫ଟି ବ୍ଲକ ପ୍ରଭାବିତ ହୋଇଛି । ୭୨ଟି ପଞ୍ଚାୟତର ୩୨୨ ଗାଁ ବନ୍ୟାର ବୁଡି ରହିଛି । ୩ ଲକ୍ଷ ୩୯ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ ୧୯୫ଟି ରିଲିଫ କ୍ୟାମ୍ପ ଖୋଲା ରହିଥିବା ବେଳେ ୩ଟି NDRF ଓ ୪ଟି ODRAF ଟିମ୍ ମୁତୟନ ହୋଇଛନ୍ତି ।

Watch Video:-

 

Source link



Source link

Leave A Reply

Your email address will not be published.