Voice of Eastern India

Odisha flood politics: ମହାନଦୀ ବନ୍ୟାକୁ ନେଇ ରାଜନୈତିକ ଝଡ଼ : ବିଜେଡି-କଂଗ୍ରେସର ଟାର୍ଗେଟ୍, ବିଜେପିର ପାଲଟା ଜବାବ


ଭୁବନେଶ୍ବର ୩୧।୭: ମହାନଦୀ ଜଳ ବିବାଦ ଓ ବନ୍ୟାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଯେତେବେଳେ ଛତିଶଗଡ଼ର ମନମାନି ପାଇଁ ମହାନଦୀ ପାଣି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ସେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମିଟିଂ କରୁଛନ୍ତି । ଏହା କ’ଣ ପ୍ରହସନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ।

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ଯେଉଁଭଳି ଭାବେ ପରିଚାଳନା କରୁଥିଲେ ତା’ ଉପରେ ସାଧାରଣ ଲୋକଙ୍କ ଭରସା ଓ ବିଶ୍ବାସ ବଢ଼ିଥିଲା । ହେଲେ ଏବେ ସରକାର କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରୀତିରଞ୍ଜନ ।

Also Read:- ମୁଣ୍ଡଳୀରେ ଗୁରୁବାର ପାଣି ପିକ୍‌ରେ ଥିଲା, ବନ୍ୟା ଯୋଗୁଁ ୭ ଘାଇ ହୋଇଛି

ସେହିଭଳି ପିସିସି ସଭାପତି ଭକ୍ତ ଦାସ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଭକ୍ତ କହିଛନ୍ତି, ବନ୍ୟା ବେଳେ ରାଜ୍ୟରେ ଲୋକେ ହସ୍ତସନ୍ତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବସିଛନ୍ତି । ଜଳ ପରିଚାଳନା ଠିକ୍ ଭାବେ ହେଉନଥିବାରୁ ଅଳ୍ପ ପାଣିରେ ବି ବନ୍ୟା ହେଉଛି ।

ଜବାବରେ ବିଜେପି ସାଂସଦ ରବୀନ୍ଦ୍ର ବେହେରା କହିଛନ୍ତି, ବନ୍ୟାକୁ ଅଟକାଇବା ପାଇଁ ପୂର୍ବ ସରକାର କୌଣସି ପଦକ୍ଷେପ ନେଇନଥିଲେ । ପୂର୍ବ ସରକାରଙ୍କ ଅବ୍ୟବସ୍ଥା ପାଇଁ ବୈତରଣୀରେ ବନ୍ୟା ହୋଇଛି । ବିଜେପି ସରକାର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନଦୀ ବନ୍ଧ ଗୁଡିକର ସ୍ଥାୟୀ ସମାଧାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ବିଜେପି କହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ଜଳ ବିବାଦର ସମାଧାନ ପାଇଁ ଦିଲ୍ଲୀ ଯାଇଛନ୍ତି । ବିରୋଧୀ ଏହାକୁ ଭିନ୍ନ ରଙ୍ଗ ଦେବାକୁ ଅପଚେଷ୍ଟା ଚଳାଇଛନ୍ତି ବୋଲି ବିଜେପି ସାଂସଦ କହିଛନ୍ତି ।

 

Source link



Source link

Leave A Reply

Your email address will not be published.