Voice of Eastern India

ବାକି ଟଙ୍କା ଆଦାୟ କରିବାକୁ ଯାଇଥିଲେ, ୪୦ ଫୁଟ ତଳକୁ ଖସିଲା ବାଇକ


ଗୁଣୁପୁର ୦୧।୦୮ : ଭୟଙ୍କର ଦୁର୍ଘଟଣା । ୪୦ ଫୁଟ ତଳକୁ ଖସିଲା ବାଇକ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଆରାଡୁଲ ଘାଟିରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ପ୍ରଦୀପ କୁମାର ଲିମା ବୋଲି ଜଣାପଡିଛି। ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଖବର ଅନୁଯାୟୀ, ମୃତ ଯୁବକ ହେଲେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅରମଡ଼ା ଗାଁର ପ୍ରଦୀପ କୁମାର ଲିମା । ସେହିପରି ଗୁରୁତର ଥିବା ଯୁବକ ହେଲେ ଅଶ୍ୱିନୀ ଜେନା । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଶ୍ୱିନୀଙ୍କ ଘର । ଉଭୟ ଗୁଣୁପୁରର ଏକ ଟେଣ୍ଟ ହାଉସରେ କାମ କରୁଥିଲେ । ବକେୟା ଟଙ୍କା ଆଦାୟ ପାଇଁ ଉଭୟ ସର୍ଗିଆସିଂ ଗାଁକୁ ବାଇକରେ ଯାଉଥିଲେ । ଏହି ସମୟରେ ଆରାଡୁଲ ଘାଟିରେ ଘଟିଲା ଅଘଟଣ । ବାଇକଟି ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-

Source link



Source link

Leave A Reply

Your email address will not be published.