Voice of Eastern India

ଲୋନ୍ କରାଇଦେବା ନାଁରେ ୧୦ ଲକ୍ଷ ଲୁଟ, ନକଲି ବ୍ୟାଙ୍କ ମ୍ୟାନେଜରର ବଡ଼ ଠକେଇ


ବଲାଙ୍ଗିର: ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ। ବ୍ୟାଙ୍କରୁ ଋଣ କରାଇଦେବାକୁ କହି ଅନଲାଇନ ଆପରୁ ଋଣ ଉଠାଇ ନେଇ ଫେରାର ମାରିଛି ନକଲି ବ୍ୟାଙ୍କ ମ୍ୟାନେଜର । ଏନେଇ ଥାନାରେ ଅଭିଯୋଗ କରିଥିଲେବି ସେମାନଙ୍କ ଦୁଃଖ ନଶୁଣିବାରୁ ଶେଷରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ଚାଷୀ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ପୁଇଁନ୍ତଳା, ଦେଓଗାଁ, ମୁରିବାହାଲ ସହ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅଞ୍ଚଳର ୧୦ରୁ ଅଧିକ ଚାଷୀଙ୍କ ଠାରୁ ପାଖାପାଖି ୧୦ ଲକ୍ଷ ଟଙ୍କା ଲୁଟ ନେଇ ଆସିଛି ଅଭିଯୋଗ।

ଅଭିଯୋଗ ଅନୁସାରେ, ପୁଇଁନ୍ତଳା ଥାନା ଅନ୍ତର୍ଗତ ଛତାପିପିଲ ପଞ୍ଚାୟତ ଖଇରମାଲ ଗାଁର ଅଞ୍ଜନ କୁମାର ନାଗ ନିଜକୁ ପିଏଲଭିସି ବ୍ୟାଙ୍କ ମ୍ୟାନେଜର କହି ନିରୀହ ଚାଷୀଙ୍କ ଆଧାର, ପାନ୍ ସହ ଓଟିପି ନେଇ ‘ମନିଭିୟୁ’ ଓ ‘କ୍ରେଡିଟବି’ ଅନଲାଇନ ଆପରୁ ଋଣ କରାଇଥିଲେ। ଆଉ ସେ ଟଙ୍କାଙ୍କୁ ନିଜେ ଆତ୍ମସାତ କରି ଫେରାର ମାରିଥିଲେ। ଏପଟେ ଚାଷୀ କିନ୍ତୁ ଟଙ୍କାଟିଏ ବି ପାଇନଥିବା ବେଳେ, ଅନଲାଇନ କମ୍ପାନି ଏବେ ଟଙ୍କା ରିକଭରି ପାଇଁ ସେମାନଙ୍କୁ ବାରମ୍ବାର ଫୋନ୍ କରି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ଚାଷୀ। ଏମିତିକି ଏନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି ଚାଷୀ। ହେଲେ ପୋଲିସ ମଧ୍ୟ ଶୁଣୁନଥିବା ଅଭିଯୋଗ କରିବା ସହ ନକଲି ବ୍ୟାଙ୍କ ମ୍ୟାନେଜରକୁ ଖୋଜି ଆଣିବାକୁ କହୁଥିବା କହିଛନ୍ତି।

Also Read: ପିଜି ପରୀକ୍ଷାରେ କଥିତ ଅନିୟମିତତା, ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ

ସେପଟେ ଠକ ମ୍ୟାନେଜର ଚାଷୀଙ୍କୁ ଧମକ ଦେବା ସହ ଗଣମାଧ୍ୟମ ଓ ପୋଲିସକୁ ଜଣାଇଲେ କିଛି ଲାଭ ନାହିଁ ଆଉ ଜେଲ ଗଲେ ଟଙ୍କା ଆଉ ପାଇବ ନାହିଁ ବୋଲି ମଧ୍ୟ ଧମକ ଦେଉଥିବା କହିଛନ୍ତି ଚାଷୀ। ଏମିତିରେ ଏସବୁ ଭିତରେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ଚାଷୀ।

Source link



Source link

Leave A Reply

Your email address will not be published.