Voice of Eastern India

ପାକିସ୍ତାନ ହାତମୁଠାରୁ ବିଜୟ ଛଡାଇ ଆଣିଲା ଭାରତ, ଟିମ୍ ଇଣ୍ଡିଆକୁ ଜିତାଇଲେ ଧାଓ୍ୱନ


ନୂଆଦିଲ୍ଲୀ,୦୩/୦୮:ଏସିଆନ୍ ଲିଜେଣ୍ଡସ୍ ଲିଗରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ଏହି ମ୍ୟାଚ୍ ଖୁବ୍ ରୋମାଞ୍ଚକର ଥିଲା । ଏକଦା ଜିତିବାକୁ ଯାଉଥିଲା ପାକିସ୍ତାନ ପାନ୍ଥର୍ସ । କିନ୍ତୁ ଭାରତୀୟ ଖେଳାଳି ପାକ୍ ହାତମୁଠାରୁ ବିଜୟ ଛଡାଇ ଆଣିଥିଲେ । ୧୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଟିମ୍ ମାତ୍ର ୨ ଓ୍ୱିକେଟ୍ ବାକି ଥାଇ ଟାର୍ଗେଟ୍ ଚେଜ୍ କରିନେଇଥିଲା ।

ଅଗଷ୍ଟ ୨ ତାରିଖ ରବିବାର ଲୁସାକାର ଲୋଟସ୍ ସ୍ପୋର୍ଟସ କ୍ଲବ୍ ଗ୍ରାଉଣ୍ଡରେ ମୁକାବିଲା ଖେଳାଯାଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ ପାନ୍ଥର୍ସ । ଦଳ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୭ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବୋଲର ଓ୍ୱିକେଟ୍ ନେଇ ରନ୍ ଗତିରେ ସାମାନ୍ୟ ଅଙ୍କୁଶ ଲଗାଇଥିଲେ । କିନ୍ତୁ ପାକ୍ ଅଧିନାୟକ ଇମରାନ୍ ନଜୀର ୪୭ ରନ୍, ଇବରାର ହୁସେନ ୩୯ ଏବଂ ତୌଫି ଉମର ୩୯ରନ୍ ସଂଗ୍ରହ କରିଥିଲେ । ଫଳରେ ଦଳ ୧୬୭ ରନ୍ କରିପାରିଥିଲା ।

Also Read :- ରାଜନୀତିରୁ ଦୂରେଇ ଗଲେ ପୂର୍ବତନ BJP ସାଂସଦ, ଶିକ୍ଷକ ଭାବେ ଆରମ୍ଭ କଲେ କ୍ୟାରିଅର : କହିଲେ -‘ଅବସର ପରେ ମିଳିବ ପେନସନ୍’

ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ପାକ୍ ପାନ୍ଥର୍ସର ଦ୍ରୁତ ବୋଲର ମହମ୍ମଦ ଇରଫାନ୍ ପ୍ରଥମେ ନମନ ଓଝାଙ୍କୁ ଆଉଟ୍ କରିଥିଲେ । ଏହାପରେ ଅଧିନାୟକ ଅଭିଷେକ ଜଲୋଟା ୩୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି ଅସଦ ପଠାନ ଏବଂ ସାଦାବ୍ ଜକାତି ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ମ୍ଯାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା ।

ଯେତେବେଳେ ଭାରତୀୟ ଟିମ୍ ସଙ୍କଟରେ ଥିଲା ସେତେବେଳେ ଋଷି ଧାଓ୍ୱନ୍ ଏବଂ ସୁବୋଧ ଭାଟି ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ । ଧାଓ୍ୱନ ୩୨ ବଲରୁ ୫୦ ରନ୍ ସ୍କୋର କରିଥିଲେ । ଏଥିରେ ୫ ଚଉକା ଏବଂ ଦୁଇଟି ଛକା ସାମିଲ ଥିଲା । ସେହିପରି ସୁବୋଧ ୨୯ ବଲରୁ ୪୬ ରନ୍ କରିଥିଲେ । ଉଭୟ ୮୬ ରନର ପାର୍ଟନରସିପ୍ କରିଥିଲେ ।

ଭାରତୀୟ ଟିମ୍ ବିଜୟ ଅଭିମୁଖେ ବଢୁଥିବା ବେଳେ ରାହତ ଅଲ୍ଲୀ ଏବଂ ୟାସିର ଶାହ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇ ପୁଣି ରୋମାଞ୍ଚ ଭରି ଦେଇଥିଲେ । କିନ୍ତୁ ଅନୁରୀତ ସିଂ ୪ ବଲରୁ ୧୨ ରନ୍ ସ୍କୋର କରି ଦଳକୁ ଜିତାଇଥିଲେ ।

Source link



Source link

Leave A Reply

Your email address will not be published.