ନ୍ୟୁୟର୍କ,୦୪/୦୮ : ହର୍ମୋଜ ଅଶାନ୍ତ । କିଛି ଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇ ଉଠିଛି ଏହି ସାମୁଦ୍ରିକ ପଥ । ମଙ୍ଗଳବାର ଏଠାରେ ଏକ କାର୍ଗୋ ଜାହାଜ ଉପରେ ଆକ୍ରମଣ ହୋଇଛି । ପ୍ରୋଜେକ୍ଟାଇଲ୍ ଦ୍ୱାରା କାର୍ଗୋ ବିମାନକୁ ଟାର୍ଗେଟ୍ କରାଯାଇଛି । ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ ।
Also Read :- ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! ମାମଲା କଲେ ୨୫ ରାଜ୍ୟ, ଏବେ କ’ଣ କରିବେ ୟୁଏସ ରାଷ୍ଟ୍ରପତି ?
ୟୁନାଇଟେଡ୍ କିଙ୍ଗଡମ୍ ମେରାଇନ୍ ଟ୍ରେଡର କହିବାନୁସାରେ, କାର୍ଗୋ ଜାହାଜଟି ଭିଏଚଏଫ୍-୧୬ ଦ୍ୱାରା ଆକ୍ରମଣ ନେଇ ସୂଚନା ଦେଇଥିଲା । ଏହା ଉପରେ କୌଣସି ଅଜ୍ଞାତ ବସ୍ତୁ ଦ୍ୱାରା ଆକ୍ରମଣ ନେଇ ଜଣାପଡିଥିଲା । ଓମାନର ଅଲ୍ ଖସାବରୁ ୨୦ ନୌଟିକାଲ୍ ମାଇଲ୍ ଦୂରରେ ଏହି ଘଟଣା ଘଟିଛି ।
କୁହାଯାଉଛି ଯେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଯେଉଁ ଆକ୍ରମଣ ହୋଇଛି ତାହା ଆମେରିକା ଏବଂ ଇରାନ ମଧ୍ୟରେ ବିବାଦକୁ ଅଧିକ ବଢାଇବ । କାରଣ ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ପୁଣି ଥରେ ଧମକ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ସେ ଇରାନକୁ ଶେଷ ସୁଯୋଗ ଦେଇଛନ୍ତି । ଯଦି ଇରାନ ଆମେରିକା ସହ ଆଲୋଚନାରେ ରାଜି ହେବନି ତାହାରେ ଜୋରଦାର ଆକ୍ରମଣ କରାଯିବ । ଏନେଇ ଇରାନ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
ଏହା ପୂର୍ବରୁ ଟ୍ରମ୍ପ୍ କହିଥିଲେ ଯେ, ଆମେରିକା ସେନା ଇରାନ ଉପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଥିଲା । କିନ୍ତୁ ସାଉଦି ଆରବର ହସ୍ତକ୍ଷେପ ପରେ ଟ୍ରମ୍ପ୍ ଏଥିରୁ ଓହରିଥିଲେ । ସେ ଇରାନକୁ କୁଟନୈତିକ ସ୍ତରରେ ଆଉ ଏକ ସୁଯୋଦ ଦେବାକୁ ଚାହୁଁଛନ୍ତି । ଯଦି ଇରାନ ଚୁକ୍ତିରେ ସ୍ୱାକ୍ଷର ନକରେ ତାହାଲେ କିଛି ଭଲ ହେବନି ବୋଲି ଟ୍ରମ୍ପ୍ ଧମକ ଦେଇଥିଲେ ।
