Voice of Eastern India

North Odisha flood threat: ଉତ୍ତର ଓଡ଼ିଶାରେ ବନ୍ୟା ସମ୍ଭାବନା, ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ


ଭୁବନେଶ୍ବର ୮।୮: ରାଜ୍ୟରେ ବର୍ଷା ସ୍ଥିତି ଓ ଉତ୍ତର ଓଡ଼ିଶାରେ ବନ୍ୟା ସମ୍ଭାବନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟ ତମାମ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ଗତ ବନ୍ୟାରେ ପାଣି ସଂପୂର୍ଣ୍ଣ ନିଷ୍କାସନ ହୋଇନଥିଲା । ତେଣୁ ଏବେ ପୁଣି ବର୍ଷା ଫଳରେ ସମସ୍ୟା ହୋଇଛି ।

ସମସ୍ତ ନଦୀରେ ଜଳପତ୍ତନ ବିପଦ ସଂକେତ ଠାରୁ ତଳେ ରହିଛି । କେବଳ ଜଳକା, ଋଷିକୂଲ୍ୟା ଓ ବଂଶଧାରାରେ ଜଳପତ୍ତନ ବଢିଛି । ଓଡ୍ରାଫ, NDRF, ଅଗ୍ନିଶମ ବାହିନୀ ସମସ୍ତେ ପ୍ରସ୍ତୁତ ଅଛନ୍ତି । ଗ୍ରାଉଣ୍ଡରେ ରାଜସ୍ବ ବିଭାଗର କର୍ମଚାରୀ ମାନେ କ୍ଷତିପୂରଣ ବଣ୍ଟନ କାମରେ ନିୟୋଜିତ ଅଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

​​​​​​​

ସେପଟେ ବଙ୍ଗୋପସାଗରରେ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୨ ଦିନ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୨୬ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

 

Source link



Source link

Leave A Reply

Your email address will not be published.