Voice of Eastern India

Yash’s Success Story: ୫୦ ଟଙ୍କାର ଚା’ରୁ ୪୦୦୦ କୋଟି ଟଙ୍କାର ‘ରାମାୟଣ’; ରକି ଭାଇଙ୍କ ସଂଘର୍ଷ ଥିଲା ଏମିତି


ମୁମ୍ବାଇ: ମାତ୍ର ୧୬ ବର୍ଷ ବୟସରେ ୩୦୦ ଟଙ୍କା ନେଇ ଘରୁ ପଳାଇ ଯାଇଥିଲେ ୟଶ୍‌ । ଇଚ୍ଛା ଥିଲା ଗୋଟିଏ, ସୁପରଷ୍ଟାର ହେବେ । ଆଉ ଏବେ ଏହି ନାଁକୁ ପରିଚୟର ଆବଶ୍ୟକତା ନାହିଁ । କେଜିଏଫ- ଚାପ୍ଟର ଓ୍ବାନରୁ ରକି ଭାଇ ନାଁରେ ପାନ୍‌ ଇଣ୍ଡିଆ ଷ୍ଟାର ଭାବରେ ଲୋକପ୍ରିୟତା ପାଇଥିବା ଅଭିନେତା ୟଶ୍‌ ଏବେ ରାମାୟଣର ରାବଣ ଭୂମିକାରେ ସମସ୍ତଙ୍କ ହୃଦୟ ଜିଣି ନେଇଛନ୍ତି । ଏହା ସହିତ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଟକ୍ସିକ୍‌’ରେ ବକ୍ସଅଫିସ୍‌ରେ ବିସ୍ଫୋରଣ କରିବାକୁ ଯାଉଛନ୍ତି ୟଶ ।  ୟଶଙ୍କ ବାପା ଅରୁଣ କୁମାର ବେଙ୍ଗାଲୁରୁ ମହାନଗର ପରିବହନ ନିଗମ (BMTC)ର ଜଣେ ବସ୍ ଡ୍ରାଇଭର ଥିଲେ ଏବଂ ମା’ ପୁଷ୍ପା ଜଣେ ଗୃହିଣୀ ଥିଲେ। ଅଭିନେତା ହେବାର ସ୍ୱପ୍ନକୁ ନେଇ ପରିବାର ଲୋକେ ତାଙ୍କୁ ଚେତାବନୀ ଦେଇଥିଲେ ଯେ, ଯଦି ସେ ବିଫଳ ହୁଅନ୍ତି, ତେବେ ତାଙ୍କୁ ପରିବାରର କଥା ମାନି ଅନ୍ୟ କାମ କରିବାକୁ ପଡ଼ିବ। ୟଶ ମଧ୍ୟ ଜାଣିଥିଲେ ଯେ, ଥରେ ଘରକୁ ଫେରିଗଲେ ଆଉ ଅଭିନୟ କ୍ଷେତ୍ରକୁ ଆସିବା ସମ୍ଭବ ହେବ ନାହିଁ।

ମଞ୍ଚ ଆସିଷ୍ଟାଣ୍ଟରୁ ଅଭିନେତା

ସିନେମା ଜଗତରେ ପାଦ ଥାପିବା ପାଇଁ ୟଶ ସବୁ ପ୍ରକାରର ଛୋଟବଡ଼ କାମ କରିଥିଲେ । ଥିଏଟର୍ ପଛରେ ଦିନକୁ ମାତ୍ର ୫୦ ଟଙ୍କା ମଜୁରୀରେ ଚା’ ବିକ୍ରି କରୁଥିଲେ। ଜଣେ କନ୍ନଡ଼ ନିର୍ଦ୍ଦେଶକଙ୍କ ଅଧୀନରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ବି.ଭି. କାରନ୍ତଙ୍କ ‘ବେନକା’ ଥିଏଟର ଗ୍ରୁପରେ ଯୋଗ ଦେଇ ନାଟକରେ ଅଭିନୟ ଶିଖିଥିଲେ। ୨୦୦୪ରେ ‘ଉତ୍ତରାୟଣ’ ଧାରାବାହିକ ଜରିଆରେ ଟେଲିଭିଜନରେ ପାଦ ଥାପିଥିଲେ ଏବଂ ପରେ ‘ନନ୍ଦ ଗୋକୁଳ’ ମାଧ୍ୟମରେ ଲୋକପ୍ରିୟତା ପାଇଥିଲେ।

୨୦୦୭ରେ ‘ଜାମ୍ବଦ ହୁଡୁଗି’ ଚଳଚ୍ଚିତ୍ରରୁ ସିନେମା ଜଗତରେ ଡେବ୍ୟୁ କରିବା ପରେ, ‘ମୋଗିନା ମାନସୁ’, ‘ଗୁଗଲି’, ଏବଂ ‘ମିଷ୍ଟର ଆଣ୍ଡ ମିସେସ ରାମାଚାରୀ’ ଭଳି ସଫଳ ସିନେମା ଜରିଆରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

​​​​​​​

‘ରକି ଭାଇ’ ଏବଂ କେଜିଏଫ୍‌ର ମେଗା ସଫଳତା

୨୦୧୮ରେ ମୁକ୍ତିଲାଭ କରିଥିବା ‘KGF: ଚାପ୍ଟର ୧’ ଗ୍ଲୋବାଲ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ବ୍ୟବସାୟ କରି ୟଶଙ୍କୁ ସମଗ୍ର ଭାରତରେ ଜଣାଶୁଣା କରାଇଥିଲା। ଏହାପରେ ୨୦୨୨ରେ ଆସିଥିବା ‘KGF: ଚାପ୍ଟର ୨’ ସାରା ବିଶ୍ୱରେ ୧,୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗିଦେଇଥିଲା। ‘ରକି ଭାଇ’ ଚରିତ୍ରର ଦମଦାର୍ ଶୈଳୀ ଓ ଅଭିନୟ ତାଙ୍କୁ ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ବଡ଼ ସୁପରଷ୍ଟାର ଭାବେ ସ୍ଥାପିତ କଲା।

ବିପୁଳ ସଫଳତା ଓ ସମ୍ପତ୍ତି ପାଇବା ପରେ ମଧ୍ୟ ୟଶ ନିଜର ଅତୀତକୁ ଭୁଲିନାହାନ୍ତି। ୨୦୧୭ରେ ସେ ନିଜ ପତ୍ନୀ ତଥା ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ମିଶି ‘ୟଶୋ ମାର୍ଗ ଫାଉଣ୍ଡେସନ’ ନାମକ ଏକ ସମାଜସେବା ସଂସ୍ଥା ଗଠନ କରିଥିଲେ। ଉତ୍ତର ବେଙ୍ଗାଲୁରୁର ‘ପ୍ରେଷ୍ଟିଜ୍ ଗୋଲ୍ଫଶାୟାର’ରେ ତାଙ୍କର ୬-୭ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ଘର ସହ ଅନେକ ଦାମୀ ଗାଡ଼ି ଓ ଜମି ରହିଛି।

୪,୦୦୦ କୋଟି ଟଙ୍କାର ‘ରାମାୟଣ’ ଏବଂ ‘ଟକ୍ସିକ୍’

ବର୍ତ୍ତମାନ ୟଶ ଦୁଇଟି ମେଗା ପ୍ରୋଜେକ୍ଟରେ କାମ ଜାରି ରଖିଛନ୍ତି । ଗୀତୁ ମୋହନଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଟକ୍ସିକ୍‌ ପ୍ରାୟ ୫୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ହେଉଛି, ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ଅଛନ୍ତି। ନମିତ ମାଲହୋତ୍ରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ରାମାୟଣ (Ramayana)ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟରେ ପ୍ରସ୍ତୁତ ହେଉଛି। ଏଥିରେ ୟଶ ‘ରାବଣ’ ଭୂମିକାରେ ଅଭିନୟ କରିବା ସହ ସହ-ପ୍ରଯୋଜନା ମଧ୍ୟ କରୁଛନ୍ତି। ଦୀପାବଳିରେ ମୁକ୍ତିଲାଭ କରିବାକୁ ଥିବା ଏହି ସିନେମାର ଟ୍ରେଲର୍ ଆସିବା ପରେ, ‘ରାବଣ’ ରୂପରେ ୟଶଙ୍କ ଶକ୍ତିଶାଳୀ ଅଭିନୟକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଦିନକୁ ୫୦ ଟଙ୍କା ରୋଜଗାରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଭାରତୀୟ ସିନେମା ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛି।

 

Source link



Source link

Leave A Reply

Your email address will not be published.