Voice of Eastern India

ସିଂହ ରାଶି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବଢ଼ିବ, କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିପାରେ


ମେଷ– କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ଆୟ ବଢ଼ିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ପରିବାରରେ ସମ୍ପର୍କ ଭଲ ରହିବ।

ବୃଷ– ଯୋଜନା ଅନୁସାରେ କାମ ହେବାର ସମ୍ଭାବନା ଅଧିକ। ଚାକିରିରେ ଅଧିକ ଦାୟିତ୍ୱ ମିଳିପାରେ। ଧନ ସମ୍ବନ୍ଧୀୟ ଚିନ୍ତା କିଛି ମାତ୍ରାରେ କମିବ। ବ୍ୟବସାୟରେ ପୁରୁଣା ସମ୍ପର୍କରୁ ଲାଭ ମିଳିପାରେ। ଦାମୀ ଜିନିଷ କିଣିବା ସମୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ମିଥୁନ– ମାନସିକ ଚାପ କିଛି ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଏକାସାଙ୍ଗରେ ଅନେକ କାମ ଆସିପାରେ। ଟଙ୍କା ଆସିବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିବ। ବ୍ୟବସାୟରେ କାହାକୁ ଅତ୍ୟଧିକ ଭରସା କରିବା ଠିକ୍ ନୁହେଁ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଦୂର କରିବାର ସୁଯୋଗ ମିଳିବ। ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ।

କର୍କଟ– ଆର୍ଥିକ ଦିଗରୁ ଦିନଟି ଭଲ ରହିପାରେ। ଅଟକିଥିବା ଟଙ୍କା ପାଇବାର ଆଶା ବଢ଼ିବ। ଚାକିରିରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ଡିଲ୍ କରିବାର ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା ନକରନ୍ତୁ।

ସିଂହ– ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିପାରେ। ଆର୍ଥିକ ଲାଭର ଯୋଗ ରହିଛି। ବ୍ୟବସାୟୀମାନେ ନୂଆ ଅର୍ଡର ପାଇପାରନ୍ତି। ପ୍ରେମ ଓ ପାରିବାରିକ ସମ୍ପର୍କରେ ଉନ୍ନତି ହେବ। କାହା ସହିତ ଅହଂକାରରେ କଥା ନକହିବା ଭଲ।

କନ୍ୟା– ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପୁରୁଣା କାମ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ। ଧନ ଆସିବାର ରାସ୍ତା ଖୋଲିବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ବିରତ ରୁହନ୍ତୁ । ଚାକିରି ବଦଳାଇବାକୁ ଚାହୁଁଥିଲେ ନୂଆ ସୁଯୋଗ ମିଳିପାରେ। ପରିବାରର କାହାର ସହଯୋଗ ମିଳିବ। ନିଜ କଥା ଅନ୍ୟମାନଙ୍କ ଉପରେ ଜୋର କରି ଲଦିବାରୁ ଦୂରେଇ ରୁହନ୍ତୁ।

ତୁଳା– ବ୍ୟବସାୟ ଓ ଚାକିରି ଉଭୟ କ୍ଷେତ୍ରରେ ଗତି ଆସିପାରେ। ନୂଆ ଲୋକଙ୍କ ସହ ପରିଚୟ ଭବିଷ୍ୟତରେ ଲାଭ ଦେଇପାରେ। ଆର୍ଥିକ ଦିଗରେ ସ୍ଥିତି ସୁଧାରିବ। ଅଟକିଥିବା ଏକ କାମର ସମାଧାନ ହୋଇପାରେ। ପ୍ରେମ ସମ୍ପର୍କରେ ଘନିଷ୍ଠତା ବଢ଼ିବ। ଘରେ ଶାନ୍ତି ବଜାୟ ରଖିବାକୁ ଛୋଟ କଥାକୁ ବଡ଼ କରନ୍ତୁ ନାହିଁ।

ବିଛା– ଦିନଟି ମିଶ୍ରିତ ଫଳ ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଚାପ ରହିପାରେ। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ସାବଧାନ ରୁହନ୍ତୁ। ବ୍ୟବସାୟରେ ବଡ଼ ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରନ୍ତୁ। ପ୍ରେମ ଜୀବନରେ ସନ୍ଦେହ ଓ ଭୁଲ ବୁଝାମଣା ଏଡ଼ାନ୍ତୁ। ଆତ୍ମବିଶ୍ୱାସ ରଖିଲେ ପରିସ୍ଥିତି ଆପଣଙ୍କ ପକ୍ଷରେ ଆସିବ।

ଧନୁ– ଭାଗ୍ୟ ଆପଣଙ୍କୁ ସହଯୋଗ କରିପାରେ। ଚାକିରିରେ ନୂଆ ଦାୟିତ୍ୱ କିମ୍ବା ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା ହୋଇପାରେ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ଦୂରସ୍ଥ ବ୍ୟକ୍ତି କିମ୍ବା ସ୍ଥାନରୁ ଭଲ ଖବର ଆସିପାରେ। ପରିବାରରେ ଆପଣଙ୍କ ମତକୁ ଗୁରୁତ୍ୱ ମିଳିବ। ନୂଆ କାମ ଆରମ୍ଭ ପାଇଁ ଦିନଟି ଅନୁକୂଳ।

ମକର– କାମରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ଆପଣଙ୍କ ପରିଶ୍ରମର ଫଳ ତୁରନ୍ତ ନମିଳିଲେ ମଧ୍ୟ ଆଗକୁ ଲାଭ ମିଳିବ। ଆର୍ଥିକ ଦିଗରେ ସାଧାରଣ ସ୍ଥିତି ରହିବ। ପୁରୁଣା ଋଣ କିମ୍ବା ଦେୟ ଟଙ୍କା ସମ୍ବନ୍ଧୀୟ ଚିନ୍ତା ହୋଇପାରେ। ଘରୋଇ ଦାୟିତ୍ୱ ବଢ଼ିପାରେ। ନିଜ ଲକ୍ଷ୍ୟରୁ ବିଚଳିତ ନହୋଇ ଆଗକୁ ବଢ଼ନ୍ତୁ।

କୁମ୍ଭ- ନୂଆ ଯୋଜନା କରିବା ପାଇଁ ଭଲ ଦିନ। ବ୍ୟବସାୟରେ ନୂଆ ସଂଯୋଗ ଲାଭଦାୟକ ହୋଇପାରେ। ଚାକିରିରେ ଆପଣଙ୍କ କାମର ପ୍ରଶଂସା ମିଳିପାରେ। ଧନ ଆଗମନ ବଢ଼ିବାର ସମ୍ଭାବନା ରହିଛି। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ମାନସିକ ଶାନ୍ତି ପାଇଁ ଅଧିକ ଚିନ୍ତା କରିବାରୁ ଦୂରେଇ ରୁହନ୍ତୁ।

ମୀନ– ଭାବନା ଅପେକ୍ଷା ବୁଦ୍ଧିରେ ନିଷ୍ପତ୍ତି ନେବା ଭଲ। କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ସଫଳତା ମିଳିବ। ଆର୍ଥିକ ଦିଗରେ ନୂଆ ଆଶା ସୃଷ୍ଟି ହେବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କ ଠାରୁ ଲାଭ ମିଳିପାରେ। ପରିବାରରେ କାହାରୋ ସହଯୋଗ ଆପଣଙ୍କ ମନୋବଳ ବଢ଼ାଇବ |

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.