ପୁରୀ ୧୪।୮: ପୁରୀ ରେଲୱେ ଷ୍ଟେସନ ନିକଟରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଏକ୍ସପ୍ରେସ । ପୁରୀ ଷ୍ଟେସନ୍ ଠାରୁ ମାତ୍ର ୫୦୦ ମିଟର ଦୂରରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନ୍ର ଇଞ୍ଜିନଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି ।
ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ୍ ନିକଟରେ ଘଟିଥିଲା ଏହି ଅଘଟଣ । ହଠାତ୍ ଟ୍ରେନ୍ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
Also Read:- ଜଳକା-ବୈତରଣୀ ପରେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ପ୍ରଭାବିତ ହେବ ଅନେକ ଅଞ୍ଚଳ
ଅଘଟଣ ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଲାଇନଚ୍ୟୁତ ହୋଇଥିବା ଟ୍ରେନ୍କୁ ସ୍ୱାଭାବିକ ଭାବେ ଟ୍ରାକ୍ରେ ଆଣିବା ଏବଂ ରେଳ ଚଳାଚଳକୁ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି । କେଉଁ କାରଣରୁ ଟ୍ରେନ୍ଟି ଲାଇନଚ୍ୟୁତ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
Watch Video:
