Voice of Eastern India

ଗୋବରୀ ନଦୀରେ ୧୫ ଫୁଟର ବିରାଟ କୁମ୍ଭୀର ! ପାଣିକୁ ଯିବାକୁ ଡରୁଛନ୍ତି ଲୋକେ


କେନ୍ଦ୍ରାପଡା,୧୮/୦୮ : ପ୍ରବଳ ବର୍ଷା ପାଇଁ ବିଭିନ୍ନ ନଦୀର ଜଳସ୍ତର ବଢିଛି । କେନ୍ଦ୍ରାପଡା ସମେତ 6ଟି ଜିଲ୍ଲାରେ ବନ୍ଯା ସ୍ଥିତି । ଗାଁରେ ପାଣି ପଶିଛି । ଅନେକ ଜାଗା ଜଳବନ୍ଦୀ ହୋଇ ରହିଛି । ଏହି ସମୟରେ କିନ୍ତୁ ସାପ ଏବଂ କୁମ୍ଭୀରଙ୍କ ଆତଙ୍କ ଦେଖିବାକୁ ମିଳିଛି । ତେବେ କେନ୍ଦ୍ରାପଡ଼ା ସହର ଦେଇ ପ୍ରବାହିତ ଗୋବରୀ ନଦୀରେ କୁମ୍ଭୀର ବୁଲୁଛି। ରବିବାର ରାତିଠାରୁ ଏଭଳି ଖବର ସହର ସମେତ ଉପକଣ୍ଠ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗୋବରୀରେ କୁମ୍ଭୀରର ଦେଖିଥିବା ଅଭିଯୋଗ କରିବା ପରେ ଆତଙ୍କ ଖେଳିଯାଇଛି।]

Also Read :- ନଦୀରେ କମୁନି ପାଣି, ବନ୍ୟାରେ ଭାସିଲାଣି ୬ ଜିଲ୍ଲା : ଆଗକୁ ଆସୁଛି ଆହୁରି ବଡ଼ ବର୍ଷା !

ଅଭିଯୋଗ ଅନୁସାରେ, ସୋମବାର ସକାଳେ କେନ୍ଦ୍ରାପଡ଼ା ସହର ମଧ୍ୟ ଦେଇ ପ୍ରବାହିତ ଗୋବରୀ ନଦୀର ନୂଆ ଇଦଘା ଘାଟଠାରେ ୧୫ ଫୁଟ୍ ଲମ୍ବର ଏକ ବିରାଟ କୁମ୍ଭୀର ଶୋଇଥିବାର ଦେଖିବାକୁ ମିଳିଥିଲ। ଖବର ପ୍ରସାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଯାଇଥିଲା। କୋଳାହଳ ଶୁଣି କୁମ୍ଭୀର ନଦୀ ମଧ୍ୟକୁ ପଳାଇ ଯାଇଥିଲା। ଅନ୍ୟପକ୍ଷେ ଗୋବରୀ କୂଳରେ କୁମ୍ଭୀର ଦେଖି ସହର ଓ ସହର ଉପକଣ୍ଠ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

ଏଖବର ଜଣାପଡ଼ିବା ପରେ ପୌର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ସ୍ନାନ ଅବା ନିତ୍ୟାଦି କର୍ମ ପାଇଁ ନଦୀକୁ ଗଲେ କୁମ୍ଭୀର ଟାଣି ନେବାର ଆଶଙ୍କା ରହିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଏହାର ଫଟୋ ଉଠାଇବା ସହ ଭିଡିଓ କରିଥିଲେ ଓ ପରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଅଭିଯୋଗର ଯାଞ୍ଚ୍ ପରେ ଏଥିରେ ସତ୍ୟତା ଥିବା ପ୍ରଶାସନ ଜାଣିବାକୁ ପାଇଥିଲା। ବନ ବିଭାଗ ଏ ସଂକ୍ରାନ୍ତରେ ଯାଞ୍ଚ ରିପୋର୍ଟ ପ୍ରଶାସନକୁ ଦେବା ପରେ ପ୍ରଶାସନ କୁମ୍ଭୀର ଥିବା ସ୍ପଷ୍ଟ କରିଛି । କୌଣସି ବ୍ୟକ୍ତି ନଦୀକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି ।

Source link



Source link

Leave A Reply

Your email address will not be published.