Voice of Eastern India

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ


ମାଲକାନଗିରି: ଭିଜିଲାନ୍ସ ଜାଲରେ ଆଉ ଜଣେ ରାଜସ୍ବ ନିରୀକ୍ଷକ। ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ବ ନିରୀକ୍ଷକ ସୁରଜ ବାଲା ।

ସୂଚନା ଅନୁସାରେ, ଜଣେ ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ରର ରିପୋର୍ଟ ପ୍ରଦାନ କରିବା ଲାଗି ଆଠ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ଆର ଆଇ ସୁରଜ ବାଲା।ହେଲେ ଏତେ ଟଙ୍କା ଲାଞ୍ଚ ଦେବାର ସମର୍ଥ ନଥିବାରୁ ଶେଷରେ ସେ ମାଲକାନଗିରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

Also Read: ଚାଷୀଙ୍କୁ ସାର ଯୋଗାଇବା ଘଟଣା, ରିପୋର୍ଟରେ ପୂରା ଘଟଣାର ପର୍ଦ୍ଦାଫାସ୍ ?

ଆଉ ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେଉଥିବା ସମୟରେ ମଙ୍ଗଳବାର ଭିଜିଲାନ୍ସ ଟିମ୍ ଚଢ଼ାଉ କରି ସୁରଜ ବାଲାଙ୍କୁ ଧରିଛନ୍ତି । ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏମଭି ୪୨ ଗାଁରେ ଥିବା ତାଙ୍କ ବାସ ଭବନରେ ଚଢ଼ାଉ ଚାଲିଛି । ତାଙ୍କ ଘରୁ ଏକାଧିକ ବ୍ୟାଙ୍କ ପାସବୁକ ସୁନା ଗହଣା ଜବତ ହୋଇଛି । ତେବେ ଭିଜିଲାନ୍ସ ଟିମ ଆରଆଇଙ୍କୁ ଜୟପୁର ନେଇଛି।

 

Source link



Source link

Leave A Reply

Your email address will not be published.