Voice of Eastern India

BCCIକୁ ମିଳୁନି ଟାଇଟଲ୍ ସ୍ପୋନସର, ହୋସ୍ ଉଡ଼ାଇ ଦେବ କାରଣ


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବେ ଜଣାଶୁଣା ବିସିସିଆଇକୁ ଏବେ ଘରୋଇ ମ୍ୟାଚଗୁଡ଼ିକ ପାଇଁ କୌଣସି ଟାଇଟଲ ସ୍ପୋନ୍ସର ମିଳୁନାହାନ୍ତି। ଟିମ୍ ଇଣ୍ଡିଆର ଲୋକପ୍ରିୟତା ସତ୍ତ୍ୱେ କୌଣସି ବଡ଼ ବ୍ରାଣ୍ଡ୍ ଆଗକୁ ନଆସିବା ପଛରେ ଏକ ବଡ଼ କାରଣ ରହିଛି।

ବେସ୍ ପ୍ରାଇସ୍ ବୃଦ୍ଧି ସାଜିଛି ବାଧକ

ମିଳିଥିବା ସୂଚନା ଅନୁସାରେ, ସ୍ପୋନ୍ସରସିପ୍ ଅଧିକାର ପାଇଁ ବିସିସିଆଇ ରଖିଥିବା ଅତ୍ୟଧିକ ଦର ଯୋଗୁଁ କମ୍ପାନୀଗୁଡ଼ିକ ବିଡରେ ଭାଗ ନେବାକୁ ଆଗ୍ରହ ଦେଖାଉନାହାନ୍ତି। ପୂର୍ବରୁ ‘IDFC First Bank’ ପ୍ରତି ମ୍ୟାଚ୍ ପାଇଁ ୪.୨ କୋଟି ଟଙ୍କା ଦେଉଥିଲା। କିନ୍ତୁ ଏଥର BCI ବେସ୍ ପ୍ରାଇସକୁ ୪.୭୫ କୋଟି ଟଙ୍କାକୁ ବୃଦ୍ଧି କରିଛି। ୨ ବର୍ଷର ଏହି ଚୁକ୍ତି ମଧ୍ୟରେ ପ୍ରାୟ ୩୫ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି। ଏହି ମୋଟା ଅଙ୍କର ଫି’ ଯୋଗୁଁ ଅନେକ ସଂସ୍ଥା ପ୍ରସ୍ତାବରୁ ଓହରି ଯାଉଛନ୍ତି।

ଆଲୋଚନାରେ ଜେମିନି ଓ ଏସବିଆଇ ଲାଇଫ୍

ଅଗଷ୍ଟ ୧୩ ବିଡ୍ ଦାଖଲର ଶେଷ ତାରିଖ ଥିଲେ ମଧ୍ୟ BCCIକୁ ଆଶାଜନକ ବିଡ୍ ମିଳିନାହିଁ। ତେବେ ବୋର୍ଡ ଏବେ କେତେକ ପ୍ରମୁଖ ବ୍ରାଣ୍ଡ୍ଙ୍କ ସହ ସିଧାସଳଖ ଆଲୋଚନା ଚଳାଇଛି। ଏହି ଦୌଡ଼ରେ ‘Google Gemini’, ‘Spinny’ ଏବଂ ‘SBI Life’ ଭଳି ବଡ଼ କମ୍ପାନୀଗୁଡ଼ିକର ନାଁ ରହିଛି। ସେହିପରି ‘GroupM’ ଓ ‘ITW’ ଭଳି ଏଜେନ୍ସିଗୁଡ଼ିକ ମଧ୍ୟ ଟେଣ୍ଡର କାଗଜପତ୍ର କିଣିଥିବା ଜଣାପଡ଼ିଛି। ବୋର୍ଡ ଖୁବ୍ଶୀଘ୍ର ଏକ ନୂଆ ସ୍ପୋନ୍ସର ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖିଛି।

Source link



Source link

Leave A Reply

Your email address will not be published.