Voice of Eastern India

ବିଶ୍ୱର ସବୁଠୁ ବୟସ୍କ ମହିଳାଙ୍କ ନୂଆ ରେକର୍ଡ,୧୧୭ ବର୍ଷରେ ପାଳିଲେ ଜନ୍ମଦିନ


ଲଣ୍ଡନ : ବିଶ୍ଵର ସବୁଠୁ ବୟସ୍କ ଜୀବିତ ବ୍ୟକ୍ତି ଏଥେଲ କ୍ୟାଟରହାମ୍ ୧୧୭ ବର୍ଷ ବୟସରେ ପଦାର୍ପଣ କରିଥିବା ବ୍ରିଟେନର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ୨୧ ଅଗଷ୍ଟ ୧୯୦୯ ମସିହାରେ ଜନ୍ମିତ ଏଥେଲଙ୍କୁ ଲନ୍ଜିଭିକ୍ୱେଷ୍ଟ ୨୦୨୫ରେ ବିଶ୍ଵର ସବୁଠୁ ବୟସ୍କ ମହିଳା ଓ ସବୁଠୁ ବୟସ୍କ ବ୍ୟକ୍ତି ରୂପେ ନାମିତ କରିଥିଲା। ସେବେଠୁ ବିଶ୍ଵରେ ତାଙ୍କୁ ଖୁବ୍ ସମ୍ମାନ ମିଳୁଛି। ଦେଶର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ସହ ସାକ୍ଷାତ ଲାଗି କିଙ୍ଗ ଚାର୍ଲସ ୩ୟ ତାଙ୍କୁ ସ୍ବତନ୍ତ୍ର ଅତିଥି ରୂପେ ଆମନ୍ତ୍ରଣ କରିଥିଲେ। ଗତ ଶୁକ୍ରବାର ସେ ନିଜର ୧୧୭ତମ ଜନ୍ମଦିନ ପାଳନ କରିଥିଲେ, ଯାହା ଏକ ଐତିହାସିକ ମୁହୂର୍ତ୍ତ ଥିଲା।

ଲନ୍ଜିଭିକ୍ୱେଷ୍ଟର ସିଇଓ ବେନ୍ ମେୟର୍ସ କହିଛନ୍ତି, ଏଥେଲଙ୍କ ଦୀର୍ଘ ଜୀବନ ପ୍ରକୃତରେ ଐତିହାସିକ ହେବାରେ ଲାଗିଛି, ଖାସ୍ କରି ବ୍ରିଟେନ ପାଇଁ। ବର୍ଷେ ପୂର୍ବେ ୧୧୬ ବର୍ଷ ବୟସରେ ପହଞ୍ଚିଥିବା ପ୍ରଥମ ବ୍ରିଟେନ ବାସିନ୍ଦା ହେବା ପରେ ସେ ବର୍ତ୍ତମାନ ୧୧୭ ବର୍ଷ ବୟସରେ ପାଦ ଥାପିଥିବା ବ୍ରିଟେନର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଦେଶର ସବୁଠୁ ବୟସ୍କ ବ୍ୟକ୍ତି ରୂପେ ସେ ନିରକ୍ଷର ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ତାଙ୍କ ପୂର୍ବରୁ ୧୯୯୩ରେ ଦେହାନ୍ତ ହୋଇଥିବା ଚାର୍ଲୋଟ ହ୍ୟୁଜେସଙ୍କ ନାଁରେ ଏହି ରେକର୍ଡ ଥିଲା।

ଏଥେଲ ହେଉଛନ୍ତି ସର୍ବକାଳୀନ ୧୩ତମ ସବୁ ଠୁ ବୟସ୍କ ବ୍ୟକ୍ତି । ତାଙ୍କ ଜୀବନ ବଞ୍ଚିବାର ଶୈଳୀ ବେଶ ଉତ୍ସାହଜନକ । ଏକ ବ୍ରିଟିଶ ପରିବାର ପାଇଁ ଧାଈ ଭାବେ କାମ କରିବାକୁ ୧୮ ବର୍ଷ ବୟସରେ ସେ ଭାରତ ଆସିଥିଲେ। ୨୯୨୭ରେ ରୋମାଞ୍ଚ ପାଇଁ ସେ ଏକାକୀ ଏକ ଜାହାଜରେ ଚଢ଼ିଯାଇଥିଲେ ଏବଂ ବିଦେଶରେ ୩ ସପ୍ତାହ ସମୁଦ୍ର ଯାତ୍ରା କରିଥିଲେ। ଏକ କେୟାର ହୋମ୍ରେ ସେ ଏବେ ସୁଖୀ ଜୀବନ ବିତାଉଛନ୍ତି । ସେଠାରେ ତାଙ୍କର ଅତି ପ୍ରିୟ ବଗିଚାକୁ ସମ୍ମାନରେ ‘ଏଥେଲ୍ସ ଗାର୍ଡେନ୍’ ରୂପେ ନାମିତ କରାଯାଇଛି।

Source link



Source link

Leave A Reply

Your email address will not be published.