ଭୁବନେଶ୍ବର ୨୩।୮: ଚନ୍ଦକା ଥାନା ଅଞ୍ଚଳରେ ହୋଇଥିବା କାର୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଚନ୍ଦକା ପୋଲିସ । ମାମଲାର ମାଷ୍ଟରମାଇଣ୍ଡ ମନଦୀପ ଚୌଧୁରୀକୁ ପୋଲିସ ଗିରଫ କରିଛି । ଧଳା ସ୍ବିଫ୍ଟ ଡିଜାୟାର କାର୍ ଚୋରି ପାଇଁ ମନଦୀପ ବ୍ୟବହାର କରିଥିଲା ନୀଳ ରଙ୍ଗର କାର୍। ପୋଲିସକୁ ଭୁଆଁ ବୁଲାଇବାକୁ କାରର ନମ୍ବର ଟାମ୍ପରିଂ କରାଯାଇଥିଲା। ତେବେ ସିସିଟିଭିରେ କାର୍ ଲୁଟ୍ ସମୟର ସମସ୍ତ ଦୃଶ୍ୟ କଏଦ ହୋଇଥିଲା । କାର୍ ଲୁଟ୍ ପାଇଁ ସେଲ୍ଫ ଡ୍ରାଇଭ୍ରୁ କାର ଭଡ଼ାରେ ଆଣିଥିଲା ମନଦୀପ। ବିଳମ୍ବିତ ରାତିରେ ରସି ଲଗାଇ ଧଳା କାରକୁ ନୀଳ ରଙ୍ଗର କାର ସହାୟତାରେ ଜଙ୍ଗଲକୁ ଟାଣି ନେଇଥିଲା। ଇଗ୍ନେନସନ ଲକ୍ ନଭାଙ୍ଗିବାରୁ ପୋଲିସ ଭୟରେ କାରକୁ ଜଙ୍ଗଲରେ ଛାଡ଼ି ପଲାଇଥିଲା । ତେବେ ପୋଲିସ ଜଙ୍ଗଲରେ ପହଞ୍ଚି କାର୍ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଚୋରି ଘଟଣାର ମାତ୍ର ୧୦ଦିନ ଭିତରେ ଏହି ପେସାଦାର ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ଚନ୍ଦକା ଥାନା ପୋଲିସ ।
ଗତ ୧୨ ତାରିଖ ରାତିରେ ଚନ୍ଦକା ଶ୍ବଶୁର ଘରକୁ ଆସିଥିଲେ ଅନ୍ଧାରୁଆ ଗାଁର ସୁଦର୍ଶନ ନାୟକ । ଶ୍ବଶୁର ଘର ସାମ୍ନାରେ କାର୍ ରଖିଥିଲେ । ହେଲେ ସକାଳୁ ଉଠିବା ବେଳକୁ କାର୍ ନଥିଲା । ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଥିଲା । CCTVରେ ନମ୍ବର ଟାମ୍ପରିଂ ହୋଇଥିବା ନୀଳ ରଙ୍ଗର କାରକୁ ଖୋଜି ଖୋଜି ସେଲ୍ଫ ଡ୍ରାଇଭ ପଏଣ୍ଟ ଓ ପରେ କାରର ପ୍ରକୃତ ମାଲିକ ପାଖରେ ପୋଲିସ ପହଞ୍ଚିଥିଲା । ଆଉ ସେଠାରୁ ଠିକଣା ନେଇ ଅନୁଗୋଳରୁ ଅଭିଯୁକ୍ତ ସନ୍ଦୀପକୁ ଗିରଫ କରିଥିଲା । ମନଦୀପ କମ୍ପିଟେଟିଭ ପାଇଁ ପ୍ରିପାୟାର କରୁଥିବା ବେଳେ ପେସାରେ ହାଇପ୍ରୋଫାଇଲ ଚୋର । ତା ନାଁରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ମନଦୀପ ଗାଡି ଲୁଟ କରି କେଉଁଠି ବିକ୍ରି କରୁଥିଲା ? କାହାକୁ ବିକ୍ରି କରୁଥିଲା ? କେତୋଟି ଗାଡି ରାଜଧାନୀରୁ ଲୁଟ କରିଛି ? ମନଦୀପଙ୍କୁ କେଉଁ ରାକେଟର ସହଯୋଗ ମିଳଶୁଥିବା କି । ରିମାଣ୍ଡ ପରେ ଖୋଲିପାରେ ଏମିତି ଅନେକ ପ୍ରଶ୍ନର ଉତ୍ତର ।
Watch Video:
