ଆସିକା: ଧରାକୋଟ ବ୍ଲକ ପଟାଶାଳରେ ଗ୍ରାମରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ସେହି ଗ୍ରାମର ସୁଶାନ୍ତ ମାଲିକ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତକାଲି ଠାରୁ ଧରାକୋଟ ବ୍ଲକ ପଟାଶାଳ ଗ୍ରାମରେ ଝାଡ଼ାବାନ୍ତି ଲାଗି ରହିଛି l ଝାଡ଼ାବାନ୍ତିରେ ସାତ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି l ଘଟଣା ପରେ ଗଞାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗାଁ’ରେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମାଣିକପୁର ଉପ- ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ପହଞ୍ଚି ଆକ୍ରାନ୍ତମାନଙ୍କୁ ଚିକିତ୍ସା କରିଛନ୍ତି l
ଅପର ପକ୍ଷରେ ଗାଁରେ ପ୍ରଶାସନିକ ଅଧିକାରୀମାନେ ମଧ୍ଯ ପହଞ୍ଚି ପରିବେଶ ଅନୁଧ୍ୟାନ କରିବା ସହ ପାନୀୟ ଜଳର ନମୁନା ସଂଗ୍ରହ କରି ଲାବ୍ ପଠାଇଛନ୍ତି । ପାଣି ଓ ଅନ୍ୟାନ୍ୟ ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଝାଡ଼ାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ । ଅନ୍ୟ ପକ୍ଷରେ ବିଷାକ୍ତ ଖାଦ୍ୟ ଖାଇ ଝାଡ଼ା ବାନ୍ତିର ଆକ୍ରାନ୍ତ ହୋଇଥିବା କହିଛନ୍ତି ଧରାକୋଟ ମେଡିକାଲ୍ ଇନଚାର୍ଜ l
