Voice of Eastern India

ସୁନା ବଜାରରେ ବେଆଇନ କାରବାର, ବିନା ରସିଦରେ ଚାଲିଛି କିଣାବିକା !


ନୂଆଦିଲ୍ଲୀ: ସୁନା ବଜାରରେ ବେଆଇନ କାରବାର l ବିନା ରସିଦରେ ଚାଲିଛି କିଣାବିକା l ରସିଦ ନଦେଇ ରିହାତି ଦେଉଛନ୍ତି ବ୍ୟବସାୟୀ l ଶସ୍ତାରେ କିଣିବା ଲୋଭରେ ଠକେଇରେ ଶିକାର ହୋଇପାରନ୍ତି ଗ୍ରାହକ l ସୁନା ବର୍ତ୍ତମାନ ଅମୂଲମୂଲ। ଭୂରାଜନୈତିକ ଅସ୍ଥିରତା, ଟିକସ ବୃଦ୍ଧି ଆଦି କାରଣରୁ ପ୍ରତିଦିନ ସୁନା ମୂଲ୍ୟ ନୂଆ ନୂଆ ରେକର୍ଡ ଭାଙ୍ଗୁଛି। ତେଣୁ ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଯେମିତି ସାତ ସପନ ପାଲଟିଛି। ହେଲେ ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟ ସଂସ୍କୃତି ସହ ଜଡ଼ିତ, ତେଣୁ କିଣିବାକୁ ତ ପଡ଼ିବ ? ଆଉ ଖାସ୍ ଏଇଥିପାଇଁ ଗ୍ରାହକଙ୍କୁ ସୁହାଇଲା ଭଳି ଦରର ସୁନା ଯୋଗାଇବାକୁ ବ୍ୟବସାୟୀମାନେ ଏକ ନୂଆ ଫନ୍ଧି ବାହାର କରିଛନ୍ତି। ବିନା ରସିଦ୍ରେ ଚାଲିଛି ସୁନା ବିକ୍ରି। ଯେଉଁଥିରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ଫାଇଦା ନେଉଛନ୍ତି। କେମିତି ଚାଲିଛି ଏହି ଗଳାବାଟ କାରବାର ଦେଖନ୍ତୁ ରିପୋର୍ଟ।

ମହଙ୍ଗା ସୁନାରୁ ମୁକ୍ତି ପାଇଁ ଗଳାବାଟ ଦେଇ ଯାଉଛନ୍ତି ଉଭୟ ଗ୍ରାହକ ଓ ବେପାରୀ। ବିନା ରସିଦରେ ସୁନା ନିଅ, ରିହାତି ପାଅ, ଏବେ ଏହି ସହଜ ଫର୍ମୁଲା ଆପଣାଇଛନ୍ତି ସୁନା ବ୍ୟବସାୟୀ। ଏଥିରେ ରସିଦ କଟୁ ନଥିବାରୁ ଦୋକାନୀଙ୍କୁ ବି ଲାଭ ମିଳୁଛି, ଆଉ ଗ୍ରାହକ ବି କମ ଦରରେ ସୁନା ପାଉଛନ୍ତି। ତେଣୁ ବୃହତ୍ ସଂଖ୍ୟାରେ ଭାରତୀୟମାନେ ଔପଚାରିକ ବ୍ୟବସ୍ଥାରୁ ବାହାରି ନଗଦ କାରବାର କରୁଛନ୍ତି ଏବଂ ବିନା ରସିଦରେ ସୁନା ଓ ଗହଣା କିଣି ବ୍ୟବସାୟୀଙ୍କଠାରୁ ୬% ପର୍ଯ୍ୟନ୍ତ ରିହାତି ପାଉଛନ୍ତି। ଏହା ଆଗକୁ ଟିକସ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ। ବଡ଼ ଆକାରରେ ସୁନା ଗହଣା କିଣୁଥିବା ଗ୍ରାହକଙ୍କୁ ବିନା ରସିଦରେ ଗହଣା ଦେଇ ମୋଟା ଟିକସରୁ ବଞ୍ଚୁଛନ୍ତି ବ୍ୟବସାୟୀ। ତେଣୁ ରିହାତି ଆକାରରେ କିଛି ଲାଭ ସେମାନେ ଗ୍ରାହକଙ୍କୁ ହସ୍ତାନ୍ତର କରୁଛନ୍ତି l ବଜାର ଦରରୁ ପ୍ରାୟ ୬% ରିହାତି ପାଇପାରୁଛନ୍ତି ଗ୍ରାହକ।

ଏହିଭଳି ଉପାୟରେ ସୁନା କିଣିଥିବା ଜଣେ ଗ୍ରାହକ ପ୍ରମେୟ ଖବରକାଗଜକୁ ପ୍ରତିକ୍ରିୟା ଦେଇ ଏହାର ଖୁଲାସା କରିଛନ୍ତି। ମହିଳାଙ୍କ କହିବା ଅନୁସାରେ, ସେ ଝିଅ ବାହାଘର ପାଇଁ ୧୦ ଗ୍ରାମ ପିଛା ୫,୦୦୦ ଟଙ୍କା ରିହାତିରେ ସୁନା କିଣିଛନ୍ତି। ଏଥିପାଇଁ ସେ ରସିଦ୍ ନେଇନାହାନ୍ତି। ଏହି ୫୫ ବର୍ଷୀୟ ଗୃହିଣୀଙ୍କ କହିବାନୁସାରେ, ସୁନା ରେକର୍ଡ ସ୍ତରରେ ପହଞ୍ଚିଥିବାବେଳେ ଯାହା ସଞ୍ଚୟ ଥିଲା ସେଥିରେ ଗହଣା କିଣିବା କଷ୍ଟକର ରହିଥିଲା। ତେଣୁ ଏହି ଅଫରକୁ ଏକ ସୁଯୋଗ ବୋଲି ଭାବି ବିନା ରସିଦରେ ସେ ସୁନା କିଣି ରିହାତି ପାଇଥିବା କହିଛନ୍ତି।

also read – ଇଣ୍ଡିଆନ୍ ଅଏଲ୍‌ର ବଡ଼ ପଦକ୍ଷେପ: ଦେଶର ୪୩ ହଜାର ପେଟ୍ରୋଲ ପମ୍ପରେ ବିକିବ ନିଜସ୍ୱ ବ୍ରାଣ୍ଡର ପ୍ୟାକେଜ୍ଡ ପାଣି

ତେବେ ଏଥିରେ ଆଉ ଏକ ଦିଗ ହେଉଛି ସୁନାର ସୁଦ୍ଧତା। ରସିଦ ଥିଲେ ହୁଏତ ଗ୍ରାହକ ସୁନାର ସୁଦ୍ଧତାର ଠକେଇର ଶିକାର ହେଲେ ଅଭିଯୋଗ କରିପାରିବେ। ହେଲେ ବିନା ରସିଦରେ କିଣିଲେ ଠକେଇ ଭୟ ସଙ୍ଗକୁ ଅଭିଯୋଗ ବି କରିବା କଷ୍ଟକର ହୋଇପଡ଼ିବ। ହେଲେ ମହିଳା ଜଣଙ୍କ କହିଛନ୍ତି ସେ ଦୋକାନୀଙ୍କୁ ଭରସା କରି ସୁନା କିଣିଛନ୍ତି।

ଖାଲି ଏହି ମହିଳାଜଣକ ନୁହନ୍ତି, ଏଭଳି ଅନେକ ଭାରତୀୟ ଉପଭୋକ୍ତା ଏମିତି ବେଆଇନ କାରବାର ଆଡ଼କୁ ଆକର୍ଷିତ ହେଉଛନ୍ତି। ଉଭୟ ବେପାରୀ ଓ ଗ୍ରାହକ ଫାଇଦି ସିନା ନେଉଛନ୍ତି ହେଲେ ଏହା ପରବର୍ତ୍ତି ସମୟରେ ଠିକସ ଠକିବାର ଏକ ବଡ଼ କାରଣ ହୋଇପାରେ।

Source link



Source link

Leave A Reply

Your email address will not be published.