Voice of Eastern India

ୟେମେନରେ ଭୟଙ୍କର ଯୁଦ୍ଧ : ହୁତି କବଜାରେ ୩୩% ଅଞ୍ଚଳ, ବାବ୍ ଅଲ୍ ମନ୍ଦେବକୁ କବଜା କଲା ସେନା


ନୂଆଦିଲ୍ଲୀ, ୦୬/୧୦:ବିଶ୍ଵର ଅନ୍ୟତମ ପ୍ରଶ୍ନ ପ୍ରମୁଖ ଜଳମାର୍ଗ ବାବ ଅଲ୍-ମନ୍ଦେବ ନିକଟସ୍ଥଧୁବାବ ଜିଲ୍ଲାକୁ କବଜାକରି କରିଛି ୟେମେନ ସେନା । ସେଠାରୁ ହୁତି ବିଦ୍ରୋହୀଙ୍କୁ ୟେମେନ ସେନା ତଡିଦେଇଛି। ଏହା ପରେ ହୁତି କବଜାରେ ଥିବା ବାବ୍ ଅଲ୍-ମନ୍ଦେବକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେବା ଲାଗି ୟେମେନ ସେନା ପ୍ରୟାସ ଆରମ୍ଭ କରିଛି। ଅନ୍ୟପକ୍ଷରେ ଧୁବାବ ଜିଲ୍ଲା କବଜା ଖବରକୁ ହୁତି ଖଣ୍ଡନ କରିଛି।

ସାଉଦି ଆରବ ସମର୍ଥନରେ ୟେମେନ ସେନା ଗତ ଦୁଇଦିନ ହେଲା ରାଜଧାନୀ ସନା ସମେତ ହୁତି ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଏଥିରେ ଶତାଧିକ ହୁତି ବିଦ୍ରୋହୀ ନିହତ ହୋଇଥିବା ୟେମେନ ସେନା ଦାବି କରିଛି। ଏଥିସହ ହୁତିର ଅନେକ ଗାଡିକୁ ମଧ୍ୟ ନଷ୍ଟ କରିଦେଇଛି। ହୁତି ବିଦ୍ରୋହୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଓ ଇନ୍ଧନ ଯେଭଳି ପହଞ୍ଚି ନପାରିବ ସେଥିପାଇଁ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ୟେମେନ ସେନା ଅଚଳ କରିଦେଇଥିବା ଦାବି କରିଛି।

ସାଉଦି ନେତୃତ୍ୱାଧୀନ ମେଣ୍ଟ ବାହିନୀର ମୁଖପାତ୍ର ମେଜର ଜେନେରାଲ ତୁର୍କୀ ଅଲ୍-ମାଲିକି କହିଛନ୍ତି ୟେମେନ ସେନାକୁ ସାଉଦିର ପ୍ରାୟ ୧୦୦ ଯୁଦ୍ଧବିମାନ ସହାୟତା କରୁଛି। ବାବ ଅଲ୍-ମଦେବ ନିକଟରେ ସାଉଦି ସେନା ୟେମେନର ସରକାରୀ ସେନାକୁ ଆକାଶ ମାର୍ଗରୁ ସୁରକ୍ଷା ଯୋଗାଉଛି। ବିମାନ ଆକ୍ରମଣରେ ହୁତିର ଶତାଧିକ ଆଡ୍ଡା ଧ୍ୱଂସ ପାଇଯାଇଛି।

Also Read :- ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦୁଇ ଯୁବତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ !

ସେହିଭଳି ରାଜଧାନୀ ସନା ନିକଟରେ ଥିବା ହୁତିର ବିଭିନ୍ନ ଠିକଣା ଉପରେ ପ୍ରଚଣ୍ଡ ଆକ୍ରମଣ କରିବା ଲାଗି ୟେମେନ ସେନା ଯୋଜନା ବନାଇଛି। ସମ୍ପୃକ୍ତ ଅଞ୍ଚଳକୁ ଶତାଧିକ ସୈନ୍ୟଙ୍କୁ ପଠାଯାଇଛି। ୟେମେନର ଏକ-ତୃତୀୟାଂଶ ଅଞ୍ଚଳ ଏବେ ହୁତିଙ୍କ କବଜାରେ ରହିଛି। ସେହି ଏକ-ତୃତୀୟାଂଶରେ ଦେଶର ୮୦ ପ୍ରତିଶତ ଲୋକ ରହୁଛନ୍ତି। ଏହି କାରଣରୁ ହୁତି କବଜାରେ ଥିବା ଅଞ୍ଚଳର କ୍ଷେତ୍ରଫଳ କମ୍ ହୋଇଥିଲେ ମଧ୍ୟ ପ୍ରମୁଖ ସହର ଉପରେ ତାର ନିୟନ୍ତ୍ରଣ ରହିଛି। ୟେମେନ ସେନା ଓ ହୁତିଙ୍କ ଭିତରେ ଗତ ୧୨ ବର୍ଷ ହେଲା ଲଢ଼େଇ ଜାରି ରହିଛି।

ୟେମେନ ସରକାରୀ ସେନାକୁ ସାଉଦି ଆରବ ସମର୍ଥନ ଦେଉଥିଲା ବେଳେ ହୁତିଙ୍କୁ ଇରାନ ସମର୍ଥନ କରିଆସିଛି। ୨୦୨୨ରେ ସରକାରୀ ସେନା ଓ ହୁତିଙ୍କ ଭିତରେ ବୁଝାମଣା ହେବା ପରେ ଯୁଦ୍ଧ ବନ୍ଦ ରହିଥିଲା। କିନ୍ତୁ ଗତ ଜୁଲାଇରେ ବୁଝାମଣା ଭାଙ୍ଗିଯିବା ପରେ ଭୟଙ୍କର ଲଢ଼େଇ ଆରମ୍ଭ ହୋଇଛି।

Source link



Source link

Leave A Reply

Your email address will not be published.