Voice of Eastern India

SIR ବିରୋଧୀ ଆନ୍ଦୋଳନରେ ଇଣ୍ଡି ମେଣ୍ଟକୁ ସମର୍ଥନ ଦେବ କି ବିଜେଡି, ଏ ଯାଏଁ ସ୍ପଷ୍ଟ କରୁ ପାରୁନି ଦଳ


ଭୁବନେଶ୍ଵର: ଆସନ୍ତାକାଲି ଇଣ୍ଡିଆ ମେଣ୍ଟ ତରଫରୁ ଏସଆଇଆର ଓ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀ ରାମଲୀଳା ମଇଦାନଠାରେ ବଡ ଆନ୍ଦୋଳନ ହେବାକୁ ଯାଉଛି। ହେଲେ ଇଣ୍ଡିମେଣ୍ଟର ଅକ୍ଟୋବର ୬ ପ୍ରଥମ ଆନ୍ଦୋଳନରେ ସାମିଲ ହୋଇଥିବା ବିଜେଡି ତାର ଆଭିମୁଖ୍ୟ ଏ ଯାଏଁ ସ୍ପଷ୍ଟ କରି ନାହିଁ । ଦଳ କାଲି ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବ ନା ଦୂରେଇ ରହିବ ସେନେଇ କୌଣସି ସ୍ପଷ୍ଟ ମତ ରଖିନି । ଦଳର ନେତାମାନେ କହିଛନ୍ତି ଏପ୍ରସଙ୍ଗରେ ବିଜେଡି ନିଜସ୍ୱ ତରିକାରେ ପ୍ରତିବାଦ କରୁଛି । ଦଳ ସଭାପତି ଠିକ୍ ସମୟରେ ଏହା ଉପରେ ନିଷ୍ପତ୍ତି ନେବେ ।

ଏଥର ଏସଆଇଆର ବିରୋଧୀ ଆନ୍ଦୋଳନରେ ଇଣ୍ଡି ମେଣ୍ଟକୁ ସମର୍ଥନ ଦେବ କି ନାହିଁ ବିଜେଡି । ଅକ୍ଟୋବର ୬ ଆନ୍ଦୋଳନରେ ସାମିଲ ହୋଇଥିବା ବିଜେଡି ଏଯାଏଁ କାହିଁକି ଖୋଲୁନି କାର୍ଡ । ଭୋଟ୍ ଚୋରି ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସଆଇଆର ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ବଡ଼ ଆନ୍ଦୋଳନ କରିବ ଇଣ୍ଡିଆ ମେଣ୍ଟ। ଦିଲ୍ଲୀ ରାମଲୀଳା ମଇଦାନଠାରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ହେଲେ ବିଜେଡି ଆସନ୍ତାକାଲି ଆନ୍ଦୋଳନରେ ସାମିଲ ହେବ ନା ନାହିଁ ତାହା ସ୍ପଷ୍ଟ କରୁନାହିଁ ।

Also Read: ଆଇନ ଅନୁଯାୟୀ ଭୋଟ୍ ଦେଇଛୁ, ଯେତେ ଚେଷ୍ଟା କଲେ ବି ଫସିବୁନି: ବିଜେଡିକୁ ଅରବିନ୍ଦଙ୍କ ଜବାବ

ଅକ୍ଟୋବର ୬ ଆନ୍ଦୋଳନରେ ସାମିଲ୍ ହୋଇଥିଲା ଦଳ

ବିରୋଧୀଙ୍କ ତରଫରୁ ଅକ୍ଟୋବର ୬ରେ ହୋଇଥିବା ଆନ୍ଦୋଳନରେ ବିଜେଡି ସାମିଲ ହୋଇଥିଲା । ହେଲେ ତା ପରେ ଇଣ୍ଡିମେଣ୍ଟ ଓ କଂଗ୍ରେସ ପକ୍ଷରୁ ଯେତେସବୁ ଆନ୍ଦୋଳନ ଦିଲ୍ଲୀରେ ହୋଇଛି ବିଜେଡିର ଦେଖା ଦର୍ଶନ ନଥିଲା ।ତେଣୁ ଆସନ୍ତାକାଲି ଆନ୍ଦୋଳନକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ବିଜେଡି ନେତା ମାନେ ଏନେଇ ରୋକଠୋକ୍ କିଛି କହିବାକୁ ନାରାଜ । ଦଳ ନିଜସ୍ୱ ତରିକାରେ ଏସଆଇଆର ପ୍ରସଙ୍ଗରେ ପ୍ରତିବାଦ କରୁଛି ବୋଲି କହି ବିଜେଡି ନେତା ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ।

ସ୍ଥିତି ଦେଖି ନବୀନ ତାଙ୍କ ପତ୍ତା ଖୋଲନ୍ତି

ରାଜନୀତି ସମୀକ୍ଷକଙ୍କ ମତ, ସ୍ଥିତି ଦେଖି ନବୀନ ତାଙ୍କ ପତ୍ତା ଖୋଲନ୍ତି । ଦଳ ବିଜେପି ସହ ନାହିଁ ବୋଲି ଏ ବାର୍ତ୍ତା ଦେବାକୁ ନବୀନ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ କଟାକ୍ଷ କରୁଛନ୍ତି । ହେଲେ ଦଳର ଏହି ବାର୍ତ୍ତାକୁ ଗ୍ରାଉଣ୍ଡକୁ ନେଉ ନାହାନ୍ତି ନବୀନ । କେତେ ବେଳେ ଇଣ୍ଡିଆ ମେଣ୍ଟ ସହ ଛିଡା ହେଉଛନ୍ତି ପୁଣି କେତେବେଳେ ନିରବ ରହୁଛନ୍ତି । ତେଣୁ ଆସନ୍ତାକାଲି ଇଣ୍ଡିମେଣ୍ଟର ଦିଲ୍ଲୀ ଆନ୍ଦୋଳନରେ ଦଳ ଭାଗ ନେବ କି ନାହିଁ ସେ ଆଭିମୁଖ୍ୟ ସ୍ପଷ୍ଟ କରୁନାହାଁନ୍ତି ବିଜେଡି ସଭାପତି । ଆସନ୍ତାକାଲି ଇଣ୍ଡିଆ ମେଣ୍ଟ ଆନ୍ଦୋଳନରେ ପ୍ରଥମ ଥର ପାଇଁ କକ୍ରୋଚ୍ ଜନତା ପାର୍ଟି ସାମିଲ ହେବାକୁ ଯାଉଛି । ହେଲେ ପୂର୍ବରୁ ଆନ୍ଦୋଳନରେ ସାମିଲ ହୋଇଥିବା ବିଜେଡି ଏବେ ବି ଦ୍ୱନ୍ଦରେ ପଡିଛି।

Also Read: ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଏଜିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ

Source link



Source link

Leave A Reply

Your email address will not be published.