Voice of Eastern India

ହୁତି-ସାଉଦି ଡିଲ୍‌ ! ‘୫୧ ବିଲିୟନ ଡଲାର, ୟେମେନର ଶାସକ ମାନ୍ୟତା’


ନୂଆଦିଲ୍ଲୀ: ୟେମେନ୍‌ର ବିଦ୍ରୋହୀ ଗୋଷ୍ଠୀ ହୁତି ଏବଂ ସାଉଦି ଆରବ ମଧ୍ୟରେ ଏକ ଚୁକ୍ତି ହୋଇଥିବା କୁହାଯାଉଛି ।  ସାଉଦି ଆରବ ଶାନ୍ତି ପାଇଁ ଆଗ୍ରହ ଦେଖାଇବା ପରେ ହୁତି ଗୋଷ୍ଠୀ ନିଜର ଦାବି ଜଣାଇଛି। ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ଏକ ରିପୋର୍ଟ ଅନୁସାରେ, ଯୁଦ୍ଧ ବନ୍ଦ କରିବା ବଦଳରେ ହୁତି ସଂଗଠନ ସାଉଦି ଆରବ ପାଖରୁ ୫୧ ବିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ସହ ୟେମେନ୍‌ର ପ୍ରକୃତ ଶାସକ ଭାବେ ଆନୁଷ୍ଠାନିକ ମାନ୍ୟତା ପାଇଁ ଦାବି କରିଛି।

ହୁତି ବିଦ୍ରୋହୀ ଏହି ବିପୁଳ ପରିମାଣର ଅର୍ଥକୁ ସାଉଦି ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ଭରଣା ପାର୍ଇ ବ୍ୟବହାର କରିବେ ବୋଲି କହିଛଦନ୍ତି । ସାଉଦି ଆରବର ତେଲ ଟ୍ୟାଙ୍କର, ବିମାନବନ୍ଦର ଏବଂ ଲୋହିତ ସାଗରର ଗୁରୁତ୍ୱପୂର୍ଣ୍ଣ ‘ବାବ୍ ଏଲ୍-ମାଣ୍ଡେବ୍’ ପ୍ରଣାଳୀରେ ଉପରେ ହୁତି ବିଦ୍ରୋହୀ ଆକ୍ରମଣ କରିଆସିଛନ୍ତି । ତେଣୁ ସାଉଦି ଆରବ ଏହି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା।  ଲୋହିତ ସାଗର ଦେଇ ସାମୁଦ୍ରିକ ଜାହାଜ ଚଳାଚଳର ଏକ ବଡ଼ ଭାଗ ଉପରେ ହୁତିମାନେ ନିୟନ୍ତ୍ରଣ ଜାହିର କରିସାରିଛନ୍ତି।

ହୁତିଙ୍କୁ ୟମେନ୍‌ର ବୈଧ ଶାସକ ଭାବରେ ମାନ୍ୟତା ଦେବା ସାଉଦି ଆରବ ପାଇଁ ବଡ଼ କୂଟନୈତିକ ଚ୍ୟାଲେଞ୍ଜ। ଦଶନ୍ଧି ଧରି ଯେଉଁ ବିଦ୍ରୋହୀଙ୍କ ବିରୋଧରେ ସାଉଦି ଆରବ ଲଢ଼ିଆସିଥିଲା, ଏବେ ସେହି ଗୋଷ୍ଠୀକୁ ସ୍ବୀକୃତି ଦେଲେ ଅନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ୟମେନ୍ ସରକାର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବ। ଆଞ୍ଚଳିକ ସ୍ଥିତି ମଧ୍ୟ ସାଉଦି ସପକ୍ଷରେ ନାହିଁ । UAE ଏହି ଅଭିଯାନରୁ ଓହରି ଯାଇଥିବା ବେଳେ ପାକିସ୍ତାନ ଓ ଆମେରିକା ମଧ୍ୟ ପ୍ରତ୍ୟକ୍ଷ ସାମରିକ ସହାୟତା ଦେବାକୁ ମନା କରିଦେଇଛନ୍ତି।

ସେପଟେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ଏପରି କୌଣସି ଚୁକ୍ତି କରିବାକୁ ସଙ୍କୋଚ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଇରାନ ପକ୍ଷରୁ ହୁତି ବିଦ୍ରୋହୀଙ୍କୁ ଗୁପ୍ତଚର ଓ ସାମରିକ ସହାୟତା ମିଳୁଥିବାରୁ ସେମାନଙ୍କର ଶକ୍ତି ଆହୁରି ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ ।  ସାଉଦି ଆରବ ହୁତିର ଏହି କଠୋର ସର୍ତ୍ତକୁ ସ୍ୱୀକାର କରିନାହିଁ। ଯଦି ଭବିଷ୍ୟତରେ ଏହି ଶାନ୍ତି ଚୁକ୍ତି ହୁଏ, ତେବେ ୟେମେନର ସରକାର ଦୁର୍ବଳ ହେବ । 

 

Source link



Source link

Leave A Reply

Your email address will not be published.