Voice of Eastern India

ଇରାନ-ଆମେରିକା ପରେ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ହେଲା ସହମତି, ଯୁଦ୍ଧବିରାମ ପାଇଁ ରାଜି ହେଲେ


ବେରୁଟ: ଇରାନ ଓ ଆମେରିକା ମଧ୍ୟରେ ଦୀର୍ଘ ସମୟରୁ ଜାରି ବିବାଦକୁ ସମାପ୍ତ କରି ୧୯ ଜୁନ ଶୁକ୍ରବାର ଶାନ୍ତି ବୁଝାମଣା ଉପରେ ଚୂଡ଼ାନ୍ତ ମୋହର ଲାଗିଛି। ଏହା ସହିତ ଇସ୍ରାଏଲ ଓ ହିଜବୁଲ୍ଲାକୁ ନେଇ ବଡ଼ ଖବର ଆସୁଛି। ଜନୈକ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଅପରାହ୍ନ ୪ଟା ବେଳେ ଇସ୍ରାଏଲ ଓ ଲେବାନନ ମଧ୍ୟ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି। ଏହା ପୂର୍ବରୁ ହିଜବୁଲ୍ଲା ଏକ ବୟାନ ଜାରି କରି କହିଥିଲା ଯେ ଇସ୍ରାଏଲ କେବେବି କୌଣସି ଯୁଦ୍ଧବିରାମ ବୁଝାମଣାକୁ ସମ୍ପୂର୍ଣ୍ଣ ପାଳନ କରି ନାହିଁ।

ହିଜବୁଲ୍ଲା ଅଭିଯୋଗ କରିଛି ଯେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଅଲି ଅଲ-ତାହେର ପାହାଡ ଆଡକୁ ଅଗ୍ରସର ହେବାକୁ ଉଦ୍ୟମ କରୁଥିଲା, ହେଲେ ହିଜବୁଲ୍ଲା ଯୋଦ୍ଧାମାନେ ଏହାକୁ ଦୃଢତାର ସହ ପ୍ରତିରୋଧ କରିଛନ୍ତି। ଏହାପରେ ଇସ୍ରାଏଲ ସେନା ଗାଁ ଓ ନାଗରିକ ଅଞ୍ଚଳକୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ କଡ଼ା ଚେତାବନୀ ଜାରି କରିଛନ୍ତି।

ସେ କହିଛନ୍ତି ଯେ ହିଜବୁଲ୍ଲାକୁ ଯୁଦ୍ଧବିରାମ ଉଲ୍ଲଂଘନର ବହୁମୂଲ୍ୟ ଦେବାକୁ ପଡିବ। ପ୍ରତିରକ୍ଷାମନ୍ତ୍ରୀ ଓ ସେନାମୁଖ୍ୟଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ପରେ ନେତନ୍ୟାହୁ ଇସ୍ରାଏଲ ସେନାକୁ ହିଜବୁଲ୍ଲାଙ୍କ ଉପରେ ଆକ୍ରମଣ ଜୋରଦାର କରିବାକୁ ଆଦେଶ ଦେଇଛନ୍ତି। ଏହି ଘଟଣାକ୍ରମ ଇରାନ-ଆମେରିକା ଶାନ୍ତି ବୁଝାମଣାର ଠିକ୍ ପରେ ହୋଇଛି। ଫଳରେ ଅଞ୍ଚଳରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି।

Source link



Source link

Leave A Reply

Your email address will not be published.