Voice of Eastern India

Sreesanth Criticizes Gautam Gambhir: ଗୌତମ ଗମ୍ଭୀରଙ୍କୁ ଶ୍ରୀସନ୍ଥଙ୍କ ବାଣ, କହିଲେ, ସଞ୍ଜୁ ସାମସନ ନଥିଲେ କ’ଣ ଭାରତ ବିଶ୍ୱକପ ଜିତିଥାନ୍ତା?’


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ଏକ ବଡ଼ ବୟାନ ଦେଇଛନ୍ତି। ସେ ଗମ୍ଭୀରଙ୍କ ସଫଳତା ଉପରେ ପ୍ରଶ୍ନ ଉଠାଇବା ସହ ଦଳର ବିଜୟ ପାଇଁ ଖେଳାଳିମାନଙ୍କୁ ଅଧିକ ଶ୍ରେୟ ଦେଇଛନ୍ତି।

ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଦଳ ସୀମିତ ଓଭର କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଛି। ଏହା ସତ୍ତ୍ୱେ ଶ୍ରୀସନ୍ଥ ଏହି ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ କେବଳ କୋଚଙ୍କୁ ଦେବାକୁ ମନା କରିଛନ୍ତି।

ଜାତୀୟ ୱେବ୍ ଚ୍ୟାନେଲ୍ ଦି ଲଲନଟପ୍ର ‘ଗେଷ୍ଟ ଇନ ଦି ନ୍ୟୁଜରୁମ’ କାର୍ଯ୍ୟକ୍ରମରେ ଶ୍ରୀସନ୍ଥ କହିଛନ୍ତି ଯେ, ବିଶ୍ୱକପ୍ ଜିତିବା ପରେ ସବୁ ଶ୍ରେୟ ଗମ୍ଭୀରଙ୍କୁ ଦିଆଗଲା। କିନ୍ତୁ ଯଦି ସଞ୍ଜୁ ସାମସନ ଦଳରେ ନଥାନ୍ତେ କିମ୍ବା ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ କରି ଠିକ୍ ସମୟରେ ବୋଲିଂ ପରିବର୍ତ୍ତନ କରି ନ ଥାନ୍ତେ, ତେବେ କଣ ଭାରତ ମ୍ୟାଚ୍ ଜିତିପାରିଥାନ୍ତା?

ଶ୍ରୀସନ୍ଥ ଆହୁରି କହିଥିଲେ ଯେ କୋଚ ପଡ଼ିଆ ଭିତରେ ନିଷ୍ପତ୍ତି ନିଅନ୍ତି ନାହିଁ, ବରଂ ଖେଳାଳି ଓ ଅନ-ଫିଲ୍ଡ ଲିଡର ହିଁ ମ୍ୟାଚ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ଆଶିଷ ନେହେରାଙ୍କ ଭଳି କୋଚ ଯିଏକି ସବୁବେଳେ ସକ୍ରିୟ ଭାବେ ଟିମ ସହ ଜଡ଼ିତ ରୁହନ୍ତି, ତାଙ୍କକ ଭଳି କୋଚ୍ ହୋଇଥିଲେ ଭଲ ହେଇଥାନ୍ତା ବୋଲି ଶ୍ରୀସନ୍ଥ କହିଛନ୍ତି।

ସେହିଭଳି ଟେଷ୍ଟ କ୍ରିକେଟର ଖରାପ ପ୍ରଦର୍ଶନ ପାଇଁ ଶ୍ରୀସନ୍ଥ ଗମ୍ଭୀରଙ୍କ କାର୍ଯ୍ୟକାଳକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଭାରତକୁ ଏବେ ଜଣେ କୋଚ ନୁହେଁ, ବରଂ ଜଣେ ଭଲ ମେଣ୍ଟରଙ୍କ ଆବଶ୍ୟକତା ରହିଛି ଏବଂ ଦଳର କୋଚ ବଦଳାଇବା ଉଚିତ ବୋଲି ସେ କହିଛନ୍ତି।

ବିଶ୍ୱକପରେ ସଞ୍ଜୁ ସାମସନଙ୍କ ଦମଦାର ପ୍ରଦର୍ଶନ

ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ: ସଞ୍ଜୁ ସାମସନ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଜଣେ ବଡ଼ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇଥିଲେ। ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲେ ମଧ୍ୟ ସେ ଦଳକୁ ଫେରି ଚମତ୍କାର ପ୍ରଦର୍ଶନ କରିଥିଲେ।

ଜବରଦସ୍ତ ଆଭେରେଜ ଓ ଷ୍ଟ୍ରାଇକ ରେଟ: ସେ ୫ଟି ଇନିଂସରେ ୮୦.୨୫ ଆଭେରେଜ ଏବଂ ୧୯.୩୭ ର ବିସ୍ଫୋରକ ଷ୍ଟ୍ରାଇକ ରେଟରେ ସମୁଦାୟ ୩୨୧ ରନ୍ ସଂଗ୍ରହ କରିଥିଲେ। ଭାରତକୁ ତୃତୀୟ ଟି-୨୦ ବିଶ୍ୱକପ୍ ଜିତାଇବାରେ ସେ ପ୍ରମୁଖ ଯୋଗଦାନ ଦେଇ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିଲେ।

କ୍ରିକେଟରେ ଅନ୍ୟାନ୍ୟ ବଡ଼ ପରିବର୍ତ୍ତନ

ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଶ୍ରେୟସ: ବିଶ୍ୱକପରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇ ଭାରତକୁ ଚାମ୍ପିଅନ କରାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଖରାପ ଫର୍ମ ଯୋଗୁ ସେ ଟି-୨୦ ଦଳରୁ ନିଜ ସ୍ଥାନ ହରାଇଛନ୍ତି ଏବଂ ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ କରାଯାଇଛି।

Source link



Source link

Leave A Reply

Your email address will not be published.