Voice of Eastern India

ଜୁନ୍ ସରିଲା, ବର୍ଷା ନାହିଁ: ଏଲ୍‌-ନିନୋ ମାଡ଼ରେ ମରୁଡ଼ି ଆଶଙ୍କା, ଚିନ୍ତାରେ ଚାଷୀ


ଭୁବନେଶ୍ୱର: ବର୍ଷା ନାହିଁ । ବିଲ ଶୁଖିଲା । ପାଣିପାଗ ତତଲା । ଜୁନ୍ ସରିବ କାଲି । ଧାନ ବୁଣା ହୋଇପାରୁନି। ମେଘ ଖୋଜୁଛି ଚାଷୀ। ଚାତକ ଭଳି ଅନେଇ ବସିଛି ଆକାଶକୁ। ବିଶେଷଜ୍ଞଙ୍କ ଆକଳନ, ଏଥର ଚାଷ ସ୍ଥିତି ସାଂଘାତିକ ହୋଇପାରେ। ଆରମ୍ଭରୁ ବର୍ଷା ସଙ୍କଟ ହେଲାଣି। ଏଲ୍ -ନିନୋ ପ୍ରଭାବରେ ଆଗକୁ ବି ମଝିରେ ମଝିରେ ବର୍ଷା ହଜିଯିବ। ବ୍ୟାପକ ଜମି ପଡ଼ିଆ ପଡ଼ିପାରେ। ଫସଲ ଉତ୍ପାଦନ କମିବ। ଏମିତି ସ୍ଥିତି ରହିଲେ ମରୁଡ଼ି ସମ୍ଭାବନାକୁ ଟାଳି ହେବନି।

ଅନ୍ୟପକ୍ଷରେ ଯେଉଁ ଲଘୁଚାପ ସମ୍ଭାବନାକୁ ନେଇ ବର୍ଷା ବଢ଼ିବା ଆଶା କରାଯାଉଥିଲା, ସେ ନେଇ ବି ସନ୍ଦେହ ଉପୁଜିଲାଣି। ଏମିତିକି ଲଘୁଚାପ ହେବ କି ନାହିଁ, ତାହା ନେଇ ବିଶେଷଜ୍ଞ ଦ୍ବନ୍ଦ୍ବ ପ୍ରକାଶ କରୁଛନ୍ତି । ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଆଷାଢ଼। ବର୍ଷା ଅଜାଡ଼ିବା କଥା । ହେଲେ ଟାଏଁ ଟାଏଁ ଖରାକୁ ଭୀଷଣ ଗୁଳୁଗୁଳି। ନୟାନ୍ତ ସାରା ଓଡ଼ିଶା। ଏଭଳି ଅସ୍ବାଭାବିକ ଗରମରେ ସବୁ ଛଟପଟ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାନ ବୁଣା କାମ ଜୋରସୋରରେ ଆରମ୍ଭ ହୋଇଯିବା କଥା। ମାତ୍ର ଏଯାଏଁ ଧାନ ବୁଣା କାମ ଅଟକି ପଡ଼ିଛି। କେବଳ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବ୍ୟାପକ ଜମି ପଡ଼ିଆ ପଡ଼ିବ। କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବାନୁସାରେ ଓଡ଼ିଶାରେ ମୌସୁମୀ ଏବେ ବି ଦୁର୍ବଳ ଅବସ୍ଥାରେ ରହିଛି। ଏ ସ୍ଥିତି ହଠାତ୍ ଶେଷ ହେବାର ସମ୍ଭାବନା କମ୍।

ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ପାଇଁ ପାଗ ଅନୁକୁଳ ରହିପାରେ। ପ୍ରଥମେ ଉପକୂଳ, ଦକ୍ଷିଣ ଓଡ଼ିଶା ପରେ କେନ୍ଦ୍ରୀୟ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ । କିନ୍ତୁ, ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଉପଯୋଗୀ ବର୍ଷାରେ ବିଳମ୍ବ ହୋଇପାରେ। ବର୍ତ୍ତମାନ ସଙ୍କେତ ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ ହେବା ସମ୍ଭାବନା କମ୍। ଯଦି ବି ହେବ, ତାହା ଦୁର୍ବଳ ରହିପାରେ। ତେଣୁ ଯେଉଁ ବର୍ଷା ବଢ଼ିବ, ତାହା ମୌସୁମୀ ଟ୍ରଫ୍ ପ୍ରଭାବରେ ହୋଇପାରେ।

also read- ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଏବେ ସୁଦ୍ଧା ରାଜ୍ୟରେ ୫୨% ନିଅଣ୍ଟିଆ ବର୍ଷା । ୨୦୧.୪ ମିଲିମିଟର ବର୍ଷା ହେବା କଥା। ବର୍ଷିଛି ମାତ୍ର ୯୬.୧ ମିମି। ଗୋଟିଏ ବି ଜିଲ୍ଲାରେ ବର୍ଷା ଭଲ ନାହିଁ । ୯ ଜିଲ୍ଲାରେ ୬୦%ରୁ ୮୦% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି। ଦେବଗଡ଼ ଜିଲ୍ଲାରେ ୮୦% ବର୍ଷା ନିଅଣ୍ଟିଆ ଥିବାବେଳେ ସମ୍ବଲପୁରରେ ରହିଛି।

Source link



Source link

Leave A Reply

Your email address will not be published.