Voice of Eastern India

ସରୁନି ହିତାଧିକାରୀଙ୍କ ଦୁଃଖ, ବର୍ଷାରେ ଭିଜି ଆସୁଛନ୍ତି, ହେଲେ ମିଳୁନି ଚାଉଳ


ଆନନ୍ଦପୁର: ହିତାଧିକାରୀଙ୍କୁ ମିଳୁନି ଚାଉଳ ! ୫ଦିନ ହେବ ଗୋଦାମ ଗୃହ ନିକଟରେ ବସିବସି ଫେରୁଛନ୍ତି ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଲକ୍ କୋଡ଼ପଡା ପଞ୍ଚାୟତରେ । ପଞ୍ଚାୟତର ଭୁଗୁପୁର ଗାଁ ସମେତ ଅନ୍ୟ ଗାଁର ହିତାଧିକାରୀମାନେ ଗତ ୫ଦିନ ହେବ ବର୍ଷା ସତ୍ତ୍ୱେ ଅଟୋ ଭଡ଼ା ଚାଉଳ ନେବାକୁ ଆସୁଛନ୍ତି । କିନ୍ତୁ ସବୁଦିନ ନିରାଶ ଫେରୁଛନ୍ତି ।

କୋଡ଼ପଡା ପଞ୍ଚାୟତ ଠାରୁ ୨୦ କି.ମି. ଦୂରରେ ଥିବା ଗୟଳମୁଣ୍ଡା ପଞ୍ଚାୟତର ମା´ କାଳୀଜାଇ ସ୍ୱୟଂସହାୟିକା ଗୋଷ୍ଠୀ ଏଠି ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ବେଳେ ସେମାନଙ୍କର ଦେଖା ଦର୍ଶନ ନାହିଁ । ସବୁ ମାସରେ ଚାଉଳ ପ୍ରଦାନରେ ଏହି ଭଳି ସମସ୍ୟା ଲାଗି ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଆଜି ଯାଏଁ ଏହାର ସମାଧାନ ନହେବାରୁ ଚାଉଳ ପାଇବା ପାଇଁ ଲୋକେ ବାରମ୍ବାର ହଟହଟ୍ଟା ହେଉଛନ୍ତି । ଘଟଣା ସମ୍ପର୍କରେ ଆମେ ଆନନ୍ଦପୁର ବିଡିଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Source link



Source link

Leave A Reply

Your email address will not be published.