Voice of Eastern India

ୟୁରିୟା, DAP ଓ ସଲଫର ଆଣୁଥିବା ୧୫ ଜାହାଜ ସୁରକ୍ଷିତ ପାର ହେଲେ ହର୍ମୁଜ, ଖୁବ୍ ଶୀଘ୍ର ପହଞ୍ଚିବେ ଭାରତ


ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ଲାଗି ଏକ ଆଶ୍ୱସ୍ତିକର ଖବର ଆସୁଛି। ୟୁରିୟା, ଡିଏପି ଓ ସଲଫର ନେଇ ଭାରତ ଆସୁଥିବା ୧୫ ଜାହାଜ ରବିବାର ସୁରକ୍ଷିତ ହର୍ମୁଜ ପାର କରିଛନ୍ତି। ରସାୟନ ଓ ଉର୍ବରକ ମନ୍ତ୍ରାଳୟ ରବିବାର ଏହି ସୂଚନା ଦେଇଛି। ମନ୍ତ୍ରାଳୟ ବୟାନରେ କହିଛି ଯେ ପଶ୍ଚିମ ଏସିୟାରେ ଏବେକା ଯୁଦ୍ଧ ସହ ଭାରତର ସାର ଯୋଗାଣ ଶୃଙ୍ଖଳା ଉପରେ ଅଧିକ ପ୍ରଭାବ ପଡି ନାହିଁ। ଦେଶ ପାଇଁ ସାର ଓ କଞ୍ଚାମାଲ ଆଣୁଥିବା ୨୦ରୁ ୧୫ଟି ଜାହାଜ ସୁରକ୍ଷିତ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।

ମନ୍ତ୍ରାଳୟ କହିଛି ଯେ ଏଥିରୁ ୮ଟି ଜାହାଜରେ ୩.୩୨ ଲକ୍ଷ ଟନ ୟୁରିୟା ବୋଝେଇ ହୋଇଥିବା ବେଳେ ୪ଟି ଜାହାଜରେ ୨.୫୭ ଟନ ଡିଏପି ଓ ୩ଟି ଜାହାଜରେ ୧.୧୧ଲକ୍ଷ ଟନ ସଲଫର ବୋଝେଇ ରହିଛି। ଏହା ଛଡା ଆଉ ୫ଟି ଜାହାଜ ମଧ୍ୟ ଆସୁଛନ୍ତି। ଏଥିରୁ ଗୋଟିଏ ଜାହାଜରେ ୦.୨୫ଲକ୍ଷ ଟନ ଆମୋନିଆ, ଦ୍ୱିତୀୟଟିରେ ୦.୪୫ଲକ୍ଷ ଟନ ୟୁରିୟା ରହିଛି। ମନ୍ତ୍ରାଳୟ କହିଛି ଯେ ଏବେବି ଆହୁରି ୨ଟି ୟୁରିୟା ଜାହାଜ ଓ ଏକ ସଲଫର ଜାହାଜରେ ମାଲ ବୋଝେଇ ହେଉଛି। ଆଶା କରାଯାଉଛି ସବୁ ଜାହାଜ ଯୋଜନା ଅନୁସାରେ ସଠିକ ସମୟରେ ଭାରତୀୟ ବନ୍ଦରକୁ ପହଞ୍ଚିବେ।

ରସାୟନ ଓ ଉର୍ବକ ମନ୍ତ୍ରୀ ଜେ.ପି.ନଡ୍ଡା କହିଛନ୍ତି ଯେ ପଶ୍ଚିମ ଏସିୟା ଯୁଦ୍ଧ ବୈଶ୍ୱିକ ଯୋଗାଣ ଶୃଙ୍ଖଳାକୁ ଗୁରୁତର ପ୍ରଭାବିତ କରିଛି। ଫଳରେ ସାର ଦର ବଢି ଯାଇଛି ଓ ରପ୍ତାନୀ ପାଇଁ ଲାଗୁଥିବା ସମୟ ମଧ୍ୟ ବଢିଛି। ଏହି ପ୍ରଭାବରୁ ଭାରତ ମଧ୍ୟ ମୁକ୍ତି ପାଇ ନାହିଁ। ତେବେ ବିଶ୍ୱରେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାର ଚାଷୀଙ୍କ ହୀତ ରକ୍ଷା କରିଛନ୍ତି। ଏଥି ପାଇଁ ସେ ସାର ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସେ ଶ୍ରେୟ ଦେଇଛନ୍ତି। ସାର ପ୍ଲାଣ୍ଟ ମାନଙ୍କୁ ପ୍ରକୃତିକ ଗ୍ୟାସ ଯୋଗାଣ ପଶ୍ଚିମ ଏସିୟା ସଂକଟ କାଳରେ ୬୫% ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ତାହାଏବେ ସ୍ୱଭାବିକ ହୋଇଯାଇଛି। ଏଣୁ ଦେଶରେ ଥିବା ୟୁରିୟା ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତାରେ କାମ କରୁଛନ୍ତି।

ଉଲ୍ଲେଖଯୋଗ୍ୟଯେ ଭାରତ ସରକାର ପଶ୍ଚିମ ଏସିୟାରେ ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀରେ ଉପୁଜିଥିବା ଯାତାୟାତ ବାଧା ସତ୍ତ୍ୱେ ସାର ଯୋଗାଣ ସ୍ୱଭାବିକ ରଖିଛନ୍ତି। ସରକାରଙ୍କ କୂଟନୈତିକ ପ୍ରୟାସ ମାଧ୍ୟମରେ ଯୋଗାଣର ନୂଆ ସ୍ରୋତ ସନ୍ଧାନ କରାଯାଇଥିବା ବେଳେ ଓମାନ, ମାଲେସିୟା, ଭିଏତନାମ, ଜର୍ଜିଆ, ନାଇଜେରିୟା, ଋଷିଆ,ଫିନଲ୍ୟାଣ୍ଡ, ଇଜିପ୍ଟ, ଆଲଜେରିୟା, ତୁର୍କିୟେ ଓ ନେଦର ଲ୍ୟାଣ୍ଡରୁ ୟୁରିୟା ଯୋଗାଣର ବ୍ୟବସ୍ଥା କରିଥିଲେ। ସେହିପରି କେନ୍ଦ୍ର ସରକାର ଏନପିକେ (ନାଇଟ୍ରୋଜେନ, ଫସଫରସ ଓ ପୋଟାସିୟମ) ଋଷିଆ, ମରକ୍କୋ, ଇଜିପ୍ଟ , ଆମେରିକା, ଜୋର୍ଡାନ, ଦକ୍ଷିଣକୋରିଆ, ଟ୍ୟୁନିସିୟା ଓ ସାଉଦୀ ଆରବରୁ ଆଣିଥିଲେ।

Source link



Source link

Leave A Reply

Your email address will not be published.