Voice of Eastern India

First E20 Protest: ଇ-୨୦ ପେଟ୍ରୋଲ ପାଇଁ ଦେଶର ପ୍ରଥମ ଥର ରାସ୍ତାକୁ ଓହ୍ଲାଇଲା ଆନ୍ଦୋଳନ: ସମସ୍ୟା ବଖାଣିଲେ ଗାଡ଼ି ମାଲିକ


ନୂଆଦିଲ୍ଲୀ: ଦେଶରେ E20 (୨୦ ପ୍ରତିଶତ ଇଥାନଲ ମିଶ୍ରିତ) ପେଟ୍ରୋଲକୁ ନେଇ ଚାଲିଥିବା ବିବାଦ ରବିବାର ରାଜରାସ୍ତାକୁ ଓହ୍ଲାଇଛି। ଦିଲ୍ଲୀର ଜନ୍ତର ମନ୍ତରରେ ଉଦ୍ୟୋଗପତି ଓ ସାମାଜିକ କର୍ମୀ ତହସିନ ପୁନାୱାଲାଙ୍କ ନେତୃତ୍ୱରେ ‘ଟିମ୍ ଭାରତ’ ପକ୍ଷରୁ ଇ-୨୦ ପେଟ୍ରୋଲ ବିରୋଧରେ ପ୍ରତିବାଦ କରାଯାଇଛି। ଏହି ପ୍ରତିବାଦରେ ଟ୍ୟାଗ ଲାଇନ ରହିଛି “ଆମ ଗାଡି ଆମ ଅଧିକାର”। ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା କାର୍ ଓ ବାଇକ୍ ମାଲିକମାନେ ଯୋଗ ଦେଇ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ। ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବା ଦ୍ୱାରା କିଭଳି ସେମାନେ ଅସୁବିଧାରେ ପଡ଼ିଥିଲେ ସେ କଥା ମଞ୍ଚରେ ଶେୟାର କରିଥିଲେ ଗାଡ଼ି ମାଲିକ।

ପ୍ରତିବାଦରେ ସାମିଲ ହୋଇଥିବା ଅନେକ ଗାଡ଼ି ମାଲିକଙ୍କ ଅଭିଯୋଗ ଥିଲା ଯେ, E20 ପେଟ୍ରୋଲ ବ୍ୟବହାର କରିବା ପରେ ସେମାନଙ୍କ ଗାଡ଼ିର ମାଇଲେଜ୍ କମିଯାଇଛି ଏବଂ ଇଞ୍ଜିନ୍ ସମ୍ପର୍କିତ ସମସ୍ୟା ବଢ଼ିବା ସହ ମରାମତି ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। କେତେକ ଉପଭୋକ୍ତା କହିଛନ୍ତି ଯେ, ସରକାର E20 ପେଟ୍ରୋଲକୁ ବାଧ୍ୟତାମୂଳକ କରିବା ପରିବର୍ତ୍ତେ ସାଧାରଣ ପେଟ୍ରୋଲ (E0 କିମ୍ବା E10)ର ବିକଳ୍ପ ମଧ୍ୟ ଉପଲବ୍ଧ କରାଇବା ଉଚିତ।

Also Read- ୟୁରିୟା, DAP ଓ ସଲଫର ଆଣୁଥିବା ୧୫ ଜାହାଜ ସୁରକ୍ଷିତ ପାର ହେଲେ ହର୍ମୁଜ, ଖୁବ୍ ଶୀଘ୍ର ପହଞ୍ଚିବେ ଭାରତ

ପ୍ରତିବାଦକାରୀମାନେ ସରକାରଙ୍କୁ E20 ପେଟ୍ରୋଲ ସମ୍ପର୍କିତ ସମସ୍ତ ବୈଜ୍ଞାନିକ ଅଧ୍ୟୟନ ଓ ପରୀକ୍ଷା ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ଏହା ସହ E25 କିମ୍ବା E30 ଭଳି ଅଧିକ ଇଥାନଲ ମିଶ୍ରିତ ଇନ୍ଧନକୁ ଲାଗୁ କରିବା ପୂର୍ବରୁ ବ୍ୟାପକ ପରୀକ୍ଷା ଓ ଲୋକମତ ନେବାକୁ ମଧ୍ୟ ଦାବି କରାଯାଇଛି।

ଅନ୍ୟପଟେ କେନ୍ଦ୍ର ସରକାର E20 ପେଟ୍ରୋଲକୁ ସୁରକ୍ଷିତ ଓ ପରିବେଶ ଅନୁକୂଳ ବୋଲି ଦାବି କରିଛନ୍ତି। ସରକାରଙ୍କ ମତରେ ଏହି ଇନ୍ଧନ ଦ୍ୱାରା ଅଶୋଧିତ ତୈଳ ଆମଦାନି ହ୍ରାସ ପାଇବ, ପ୍ରଦୂଷଣ କମିବ ଏବଂ ଇଥାନଲ ଉତ୍ପାଦନ ମାଧ୍ୟମରେ କୃଷକମାନେ ଅଧିକ ଲାଭ ପାଇବେ। ତେବେ ଇଞ୍ଜିନ ଖରାପ ହେବା ଓ ଇଥାନଲ ଦ୍ୱାରା ଖରାପ ହେଲେ ଗାଡ଼ି ବୀମା କଭର ନ ହେବା ଭଳି ଖବରକୁ ସରକାର ଖଣ୍ଡନ କରିଛନ୍ତି। ଏସବୁ ଗୁଜବ ବୋଲି ନିକଟରେ ସରକାର ୧୦ଟି ପଏଣ୍ଟରେ ସ୍ପଷ୍ଟୀକରଣ ଦେଇଛନ୍ତି।

ସେପଟେ ଏକ୍ସପର୍ଟମାନେ ମଧ୍ୟ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ନିକଟରେ ଅଟୋ ଇଣ୍ଡିଷ୍ଟ୍ରୀ ସହ ଜଡ଼ିତ ଏକାଧିକ ଏକ୍ସପର୍ଟ ସରକାରଙ୍କର ଇଥାନଲ ନୀତି ସପକ୍ଷରେ ମତ ରଖିଥିଲେ। ଏହା ବୈଜ୍ଞାନିକ ଯାଞ୍ଚ ଆଧାରିତ । ଏଥିରେ କୌଣସି ସମସ୍ୟା ନାହିଁ ବୋଲି କହିଥିଲେ। ତେବେ ଯେହେତୁ ଏହା ୨୦୨୩ରେ ପରେ ଲାଗୁ ହୋଇଛି, ତେଣୁ ଏହା ପୂର୍ବରୁ କିଣାଯାଇଥିବା ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଏହା ସମସ୍ୟା ସୃଷ୍ଟି କରୁଥିବା ବୋଲି ଏକ୍ସପର୍ଟ କହିଥିଲେ।

Source link



Source link

Leave A Reply

Your email address will not be published.