Voice of Eastern India

ଇଣ୍ଡୋନେସିଆ ପାର୍ଲାମେଣ୍ଟରେ ଗୁଞ୍ଜରିତ ହେଲା ବିଜୁ ପଟ୍ଟନାୟକଙ୍କ ବୀରତ୍ବର କଥା, ଭୂମିପୁତ୍ରକୁ ମନେ ପକାଇଲେ ପିଏମ ମୋଦୀ


ଭୁବନେଶ୍ଵର: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆ ପାର୍ଲାମେଣ୍ଟକୁ ସମ୍ବୋଧନ କରିଛନ୍ତି। ଆଉ ଏହି ସମୟରେ ସେ ଦୁଇ ଦେଶର ସଂପର୍କର ଇତିହାସର କଥା ଉଠାଇଥିଲେ ଏବଂ ବିଜୁ ପଟ୍ଟନାୟକଙ୍କ ବୀରତ୍ବର କଥା କହିଥିଲେ । ଇଣ୍ଡୋନେସିଆ ସ୍ବାଧନତା ସଂଗ୍ରାମରେ ସାମିଲ ହୋଇଥିବା ବିଜୁ ପଟ୍ଟନାୟକଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା। ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି ସେଠାକାର ରାଷ୍ଟ୍ରପତି।

ଇଣ୍ଡୋନେସିଆ ପାର୍ଲାମେଣ୍ଟରେ ଗୁଞ୍ଜରିତ ହେଲା ବିଜୁ ପଟ୍ଟନାୟକଙ୍କ ବୀରତ୍ବର କଥା। ଆଉ ବିଜୁଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ସର୍ବୋଚ୍ଚ ସମ୍ମାନ ବିନତାଙ୍ଗ ଆଦିପୂର୍ଣ୍ଣ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ପ୍ରାବୋଓ ସୁବିଆନ୍ତୋ। ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ପାର୍ଲାମେଣ୍ଟକୁ ସମ୍ବୋଧନ କରିବା ସମୟରେ ଦୁଇ ଦେଶ ମଧ୍ୟରେ ପୁରୁଣା ସଂପର୍କକୁ ସ୍ମରଣ କରିଥିଲେ।

Also Read: କଥା ମାନୁନି ଅମାନିଆ ଇସ୍କନ ; ରାଷ୍ଟ୍ରପତିଙ୍କୁ ଭେଟିବାକୁ ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି

ସେ କହିଥିଲେ ଦୁଇ ଦେଶ ସମାନ ସମୟରେ ସ୍ବାଧୀନତା ପାଇଁ ସଂଗ୍ରାମ କରିଥିବା ବେଳେ ଇଣ୍ଡୋନେସିଆର ସାର୍ବଭୌମତ୍ବକୁ ଜାତିସଂଘରେ ସମର୍ଥନ କରିଥିଲା ଭାରତ। ଖାଲି ସେତିକି ନୁହେଁ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ମୋଦୀ କହିଥିଲେ ଯେ ଶ୍ରୀ ବିଜୁ ପଟ୍ଟନାୟକ ଯେଉଁଭଳି ଭାବେ ସୁଲତାନ ଜାହାରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହାଟ୍ଟାଙ୍କୁ ଉଦ୍ଧାର କରିଥିଲେ ତାହା ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନକୁ ନୂଆ ମୋଡ଼ ଦେଇଥିଲା। ଇଣ୍ଡୋନେସିଆରେ ଓଡ଼ିଶା ଓ ଓଡ଼ିଆଙ୍କୁ ସ୍ମରଣ କରିବାରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ବିତୀୟ ଘଟଣା। ଇଣ୍ଡୋନେସିଆ ବାଲିରେ ଯେତେବେଳେ G 20 ବୈଠକ ଅନୁଷ୍ଠିତ ହେଉଥିଲା। ଏହାକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ। ଆଉ ବାଲିର ସଂପର୍କ କଟକ ବାଲିଯାତ୍ରା ସହିତ କେମିତି ରହିଛି କହିଥିଲେ।

ଏବେ ପୁଣି ଇଣ୍ଡୋନେସିଆ ମାଟିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଜୁଙ୍କ ସାହସିକତା ଓ ଅବଦାନ ପାଇଁ ଇଣ୍ଡୋନେସିଆ ତାଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା। ଆଜି ସଂପର୍କର ନୂଆ ଚାପ୍ଟର ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛି ଇଣ୍ଡୋନେସିଆ। ଏଥିସହିତ ଦୁଇ ଦେଶ ମଧ୍ୟରେ ଶିକ୍ଷା ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା ସହିତ ସାଂସ୍କୃତିକ ସଂପର୍କ ନେଇ ଅନେକ କିଛି ଆଲୋଚନା ହୋଇଛି।

Also Read: ମାଡ଼ିଆସିଲାଣି ବନ୍ୟା ! ଯେକୌଣସି ମୁହୂର୍ତ୍ତରେ ଖୋଲିବ ହୀରାକୁଦ ଗେଟ୍, ହାଇଆଲର୍ଟରେ ତଳମୁଣ୍ଡ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଇଣ୍ଡୋନେସିଆରେ ଆଇଆଇଏମ ବାଙ୍ଗୋଲର ଖୋଲିବା ପାଇଁ ସହମତି ହୋଇଛି। ଯାହାକୁ ଭାରତୀୟ ଶିକ୍ଷାକୁ ବିଶ୍ବସ୍ତରରେ ପହଞ୍ଚାଇବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିନି ଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇଣ୍ଡୋନେସିଆ ଛାଡ଼ି ଯିବେ ଅଷ୍ଟ୍ରେଲିଓ ଏବଂ ନ୍ୟୁଜି ଲ୍ୟାଣ୍ଡ। ତାଙ୍କର ଏହି ଗସ୍ତରେ ପ୍ରଶାନ୍ତ ମହାସାଗରୀୟ ଦେଶରେ ଭାରତର ସଂପର୍କକୁ ଏକ ନୂଆ ଶୀର୍ଷକୁ ନେଇଛି।

Source link



Source link

Leave A Reply

Your email address will not be published.