Voice of Eastern India

ବିଶ୍ୱ ଦେଖିବ ଭୟଙ୍କର ଗ୍ୟାସ୍-ତେଲ ସଙ୍କଟ ? ଆମେରିକୀୟ ଘାଟି ଉପରେ ବୋମା ବର୍ଷାକଲା ଇରାନ, ଚୁକ୍ତି ଶେଷ କଲେ ଟ୍ରମ୍ପ


ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହୋଇଛି । ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍‌ରେ ତେଲ ଟ୍ୟାଙ୍କରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ପୁଣି ଆରମ୍ଭ ହୋଇଯାଇଛି । ଆମେରିକାର ସାମରିକ ଏୟାର ଷ୍ଟ୍ରାଇକ୍‌ର ଜବାବରେ ଇରାନ ମଧ୍ୟ ପାଲଟା ଆକ୍ରମଣ କରିଛି । ଫଳରେ ବୈଶ୍ୱିକ ସ୍ତରରେ ପୁଣି ଥରେ ଗ୍ୟାସ୍ ଏବଂ ତେଲର ଅଭାବ ଏବଂ ଏହାର ଦାମରେ ଅତ୍ୟଧିକ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍‌ରେ ତିନୋଟି ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ ପରେ ଏହି ବିବାଦ ଆରମ୍ଭ ହୋଇଛି । ଆକ୍ରମଣର ଶିକାର ଜାହଜରେ କତାରର ଏକ ଏଲଏନଜି ଟ୍ୟାଙ୍କର ଏବଂ ସାଉଦି ଆରବର ଏକ ତେଲ ଟ୍ୟାଙ୍କର ସାମିଲ ଥିଲା । ଆମେରିକା ଏହି ଆକ୍ରମଣଗୁଡ଼ିକ ପାଇଁ ଇରାନକୁ ଦାୟୀ କରିଛି । ଏହାର ଜବାବରେ, ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ଇରାନର ଏୟାର ଡିଫେନ୍ସ ସିଷ୍ଟମ, ରଡାର ସାଇଟ୍, ଆଣ୍ଟି-ସିପ୍ ମିସାଇଲ ଏବଂ ଡ୍ରୋନ୍ ଲଞ୍ଚ ସାଇଟଗୁଡ଼ିକ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରିଛି । ଏହି କାର୍ଯ୍ୟାନୁଷ୍ଠାନ ପୂର୍ବ ଆକ୍ରମଣଗୁଡ଼ିକ ତୁଳନାରେ ୪-୫ ଗୁଣ ଅଧିକ ଶକ୍ତିଶାଳୀ ଥିଲା ।

ଇରାନର ପାଲଟା ଜବାବ

ଇରାନ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ତାର ସହଯୋଗୀ ଦେଶଗୁଡ଼ିକର ଘାଟିକୁ ଟାର୍ଗେଟ କରି ଇରାନ ମିସାଇଲ ମାଡ଼ କରିଛି । ବାହରିନ ଏବଂ କୁଏତରେ ମିସାଇଲ ଆଲର୍ଟ ସାଇରନ୍ ବାଜିବା ଖବର ସାମ୍ନାକୁ ଆସିଛି । ଇରାନର ରିଭୋଲ୍ୟୁସନାରୀ ଗାର୍ଡସ (IRGC) ଦାବି କରିଛି ଯେ ସେ ବହରିନ ଏବଂ କୁଏତରେ ୮୫ଟି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିଛି । ଏଥିରେ ବାହରିନର ‘ଇସା ଏୟାର ବେସ୍’ ମଧ୍ୟ ସାମିଲ ଅଛି ।

ଇରାନର ଆକ୍ରମଣ ଯୋଗୁଁ ବାହରିନ ଏବଂ କୁଏତରେ ଅନେକ ଥର ଏୟାର ଆଟାକ ଆଲର୍ଟ ବାଜିଥିଲା । କୁଏତ ସେନା ନିଜର ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ଅନେକ ‘ଶତ୍ରୁ’ ମିସାଇଲ ଏବଂ ଡ୍ରୋନ୍‌କୁ ଖସାଇ ଦେଇଥିବା ସ୍ପଷ୍ଟ କରିଛି। ଇରାନର ଶୀର୍ଷ ବାର୍ତ୍ତାକାର କଲିବାଫ୍ ସ୍ପଷ୍ଟ କରିଛନ୍ତି ଯେ “ଧମକାଇବା ଏବଂ ଜବରଦସ୍ତି ଆଦାୟ କରିବାର ସମୟ ଶେଷ ହୋଇଯାଇଛି,  ଆମେ ମୁଣ୍ଡ ନୁଆଁଇବୁ ନାହିଁ ।”

ଶାନ୍ତି ଡିଲ୍ ଶେଷ

ଏହି ଉତ୍ତେଜନାର ସବୁଠାରୁ ବଡ଼ କୂଟନୈତିକ ପରିଣାମ ହେଉଛି, ଇରାନକୁ ଅସ୍ଥାୟୀ ଭାବେ ନିଜର ତେଲ ବିକ୍ରି କରିବାକୁ ଅନୁମତି ଦେଇଥିବା ସ୍ୱତନ୍ତ୍ର ଲାଇସେନ୍ସକୁ ରଦ୍ଦ କରିଛି । ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ଇରାନର ଏହି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଏହି ପଦକ୍ଷେପ ଆମେରିକା-ଇରାନ ମଧ୍ୟରେ ହୋଇଥିବା ସେହି ଚୁକ୍ତିର ଅନ୍ତ ଅଟେ ।

Also Read:ଆମେରିକା-ଇରାନ ଶାନ୍ତି ଚୁକ୍ତି ଶେଷ, ଟ୍ରମ୍ପ କହିଲେ-ତେହେରାନ ସହ ଆଲୋଚନା କେବଳ “ସମୟ ନଷ୍ଟ”

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ଯୁଦ୍ଧ ଶେଷ କରିବା ପାଇଁ ଇରାନ ସହ କରାଯାଇଥିବା ଚୁକ୍ତି “ଶେଷ” ହୋଇଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ତେହେରାନ ସହ କୌଣସି ଆଲୋଚନା କରିବାକୁ ଚାହାନ୍ତି ନାହିଁ । ଟ୍ରମ୍ପ ତୁର୍କୀର ରାଜଧାନୀ ଅଙ୍କାରାରେ ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ଏହା କହିଛନ୍ତି ।

ନାଟୋ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଯୋଗୀମାନଙ୍କ ମନୋଭାବ ଉପରେ ଗଭୀର ନିରାଶା ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ନାଟୋ ଦେଶଗୁଡ଼ିକର “ପରୀକ୍ଷା” ନେଉଥିଲେ । ସେ କହିଛନ୍ତି ଯେ ସାହାଯ୍ୟ ମାଗିବା ସତ୍ତ୍ୱେ ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଦେଶଗୁଡ଼ିକ ଆମେରିକାର ସାଥ୍ ଦେଲେ ନାହିଁ। ତେବେ ନାଟୋ ମୁଖ୍ୟ ମାର୍କ ରୁଟେ ଏବଂ ଡଚ୍ ପ୍ରଧାନମନ୍ତ୍ରୀ ଇରାନ ଉପରେ ଆମେରିକାର ଆକ୍ରମଣକୁ ସମ୍ପୂର୍ଣ୍ଣ ‘ଜରୁରୀ’ ପଦକ୍ଷେପ ବୋଲି ଦର୍ଶାଇଛନ୍ତି ।

Source link



Source link

Leave A Reply

Your email address will not be published.