Voice of Eastern India

ଋଷିଆ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ବଡ଼ ଓଲଟପାଲଟ, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ


କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କିଙ୍କ ଦ୍ୱାରା ସରକାରରେ ବ୍ୟାପକ ଅଦଳବଦଳ ଘୋଷଣା ମଧ୍ୟରେ ପ୍ରଧାନମନ୍ତ୍ରୀ ୟୁଲିୟା ସ୍ୱିରିନ୍ଦେକୋ ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ଜାରି ଏକ ବୟାନରେ ସ୍ୱିରିନ୍ଦେକୋ କହିଛନ୍ତି ଯେ ‘ୟୁକ୍ରେନର ଆଧୁନିକ ଇତିହାସର ସବୁଠୁ କଠିନ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ କାଳରେ ସରକାରର ନେତୃତ୍ୱ କରିବାର ଅବସର ମୋ ଲାଗି ଗର୍ବର କଥା’। ସେ ଏହା ବି କହିଛନ୍ତି ଯେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଆଗାମୀ ରଣନୀତି ନେଇ ଚର୍ଚ୍ଚା ହୋଇଛି। ତେବେ ଏହି ଆଲୋଚନା ସମ୍ପର୍କରେ ସେ ଅଧିକ କିଛି ସୂଚନା ଦେଇ ନାହାନ୍ତି।

ୟୁଲିୟା କହିଛନ୍ତି ଯେ ମୁଁ ୟୁକ୍ରେନର ସେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ଏପରି ସବୁ ଦାୟିତ୍ୱ ନିର୍ବାହ କରିବି ଯାହାର ଉଦ୍ଦେଶ୍ୟ ଦେଶର ସ୍ଥିତିକୁ ମଜଭୁତ କରିବା, ରାଷ୍ଟ୍ରୀୟ ହୀତର ରକ୍ଷା କରିବା ଓ ନ୍ୟାୟପୂର୍ଣ୍ଣ ଶାନ୍ତି ସ୍ଥାପନା କରିବା। ୟୁକ୍ରେନର ପୂର୍ବତନ ଅର୍ଥମନ୍ତ୍ରୀ ୟୁଲିୟାଙ୍କୁ ଜୁଲାଇ ୨୦୨୫ରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା ଓ ସେତେବେଳେ ସେ ମାତ୍ର ୩୫ ବର୍ଷ ବୟଷ୍କ ଥିଲେ। ସେ ୟୁକ୍ରେନ ଓ ଆମେରିକା ମଧ୍ୟରେ ଖଣିଜ ବୁଝାମଣା କରାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ଏହି ବୁଝାମଣାକୁ ଆମେରିକାର ହୀତକୁ ୟୁକ୍ରେନର ସୁରକ୍ଷା ସହ ଯୋଡିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଇଥିଲା।

ତେବେ ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିଦାୟ ଘୋଷଣା କରି କହିଛନ୍ତି ଯେ ୟୁକ୍ରେନ ନିଜ ରାଜନୈତିକ ରଣନୀତିରେ ପରିବର୍ତ୍ତନ କରୁଛି। ସରକାରରେ ଅଦଳବଦଳ ନେଇ ଜେଲେନସ୍କି କହିଛନ୍ତି ଯେ ବିଦେଶ ନୀତିର ପ୍ରତ୍ୟେକ ପ୍ରାଥମିକତା କ୍ଷେତ୍ରର ଦାୟିତ୍ୱ ଏପରି ଅନୁଭବୀ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଶୀର୍ଷ ନେତୃତ୍ୱ ସ୍ତରରେ ହୋଇଥିବା ନିଷ୍ପତ୍ତି ପ୍ରଭାବୀ ଢଙ୍ଗରେ ଲାଗୁ କରିପାରିବେ ଓ ୟୁକ୍ରେନ ଜନତାଙ୍କ ଆଶା ଓ ଆକାଙକ୍ଷା ପୂରଣ କରିପାରିବେ। ସେ ଏହା ବି କହିଛନ୍ତି ଯେ ୟୁକ୍ରେନ ଆଇନ ପ୍ରବର୍ତ୍ତନ ଏଜେନ୍ସୀଙ୍କ ଶୀର୍ଷ ସ୍ତରରେ ମଧ୍ୟ ପରିବର୍ତ୍ତନ କରାଯିବ।

Source link



Source link

Leave A Reply

Your email address will not be published.