Voice of Eastern India

Horoscope Today : ଜୁଲାଇ ୧୭ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଆତ୍ମବିଶ୍ୱାସ ବଢ଼ିବ ଓ ଅଟକିଥିବା କାମ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ପୁରୁଣା ପ୍ରାପ୍ୟ ଧନ ମିଳିବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଦୂରଯାତ୍ରା ଯୋଜନା ସଫଳ ହୋଇପାରେ।

ବୃଷ– କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟୀମାନେ ଭଲ ଲାଭ ପାଇବେ। ଘରେ କୌଣସି ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ।

ମିଥୁନ– ନୂଆ ସୁଯୋଗ ମିଳିବ ଓ ଆପଣଙ୍କ ପ୍ରତିଭାର ପ୍ରଶଂସା ହେବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିପାରେ। ବ୍ୟବସାୟରେ ନୂଆ ସମ୍ପର୍କ ଲାଭଦାୟକ ହେବ। ପ୍ରେମ ସମ୍ପର୍କ ମଧୁର ରହିବ। ନିବେଶ ପାଇଁ ଦିନଟି ଭଲ।

କର୍କଟ– ଘାତ ଚନ୍ଦ୍ର ଥିବାରୁ ମାନସିକ ଚାପ, ଅନାବଶ୍ୟକ ଧାଁ- ଦୌଡ଼ ଓ କାର୍ଯ୍ୟରେ ବିଳମ୍ବ ଦେଖାଯାଇପାରେ। କାହା ସହିତ ବାଦବିବାଦରୁ ଦୂରେ ରୁହନ୍ତୁ। ଧନ କାରବାରରେ ସତର୍କ ରହନ୍ତୁ। ସ୍ୱାସ୍ଥ୍ୟ ଓ ଯାତ୍ରାରେ ବିଶେଷ ସାବଧାନତା ଆବଶ୍ୟକ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ସମ୍ଭାଳି ନେବେ।

ସିଂହ– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ଓ ଉତ୍ସାହ ବୃଦ୍ଧି ପାଇବ। ନୂଆ କାମ ଆରମ୍ଭ କରିପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟ ଓ ଚାକିରିରେ ଭଲ ଫଳ ମିଳିବ। ପରିବାର ସହ ସୁଖଦ ସମୟ କଟିବ।

କନ୍ୟା– ଧୈର୍ଯ୍ୟର ସହ କାମ କରନ୍ତୁ। ଅନାବଶ୍ୟକ ଚିନ୍ତାକୁ ଦୂରେ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ତୁଳା– ମିତ୍ରଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଆୟ ବୃଦ୍ଧିର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା– କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ, ସଫଳତା ମଧ୍ୟ ମିଳିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଜମି କିମ୍ବା ଯାନ ସମ୍ବନ୍ଧୀୟ କାମରେ ଲାଭ ହୋଇପାରେ। ପରିବାରର ସମର୍ଥନ ମିଳିବ।

ଧନୁ– ଭାଗ୍ୟର ସହଯୋଗ ମିଳିବ। ଦୂରଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟର ଯୋଗ ରହିଛି। ଉଚ୍ଚ ଶିକ୍ଷା ଓ ପ୍ରତିଯୋଗିତାରେ ଶୁଭ ଫଳ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ସୁଖ ଶାନ୍ତି ରହିବ।

ମକର– ଘାତ ଚନ୍ଦ୍ର ପ୍ରଭାବରୁ କାର୍ଯ୍ୟରେ ବାଧା, ମାନସିକ ଅସ୍ଥିରତା ଓ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କାହାକୁ ଧନ ଧାର ଦେବା କିମ୍ବା ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ କିଛି ସୁଧାର ହୋଇପାରେ।

କୁମ୍ଭ– ଭାଗୀଦାରୀ କାମରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ମଧୁର ରହିବ। ବ୍ୟବସାୟରେ ଭଲ ଲାଭ ହେବ। ନୂଆ ସମ୍ପର୍କ ଭବିଷ୍ୟତରେ ଉପକାରୀ ହେବ। ଧନ ପ୍ରାପ୍ତିର ସୁଯୋଗ ରହିଛି।

ମୀନ– ଶତ୍ରୁ ପକ୍ଷ ଦୁର୍ବଳ ରହିବ ଓ କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ଉନ୍ନତିର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପରିଶ୍ରମର ଭଲ ଫଳ ପାଇବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.