Voice of Eastern India

IND vs IRE: ବୈଭବଙ୍କୁ ଖେଳାଇଲେନି, ହାରିଗଲେ; ବିଶ୍ୱ ଚାମ୍ପିଅନ ଭାରତକୁ ୩୪ ରନରେ ପରାସ୍ତ କଲା ଆୟର୍ଲାଣ୍ଡ


ନୂଆଦିଲ୍ଲୀ: ଅବିଶ୍ୱସନୀୟ ଫଳାଫଳ । ଆୟର୍ଲାଣ୍ଡଠାରୁ ହାରିଗଲା ଭାରତ । ଶୁକ୍ରବାର ବେଲଫାଷ୍ଟରେ ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତକୁ ୩୪ ରନରେ ପରାସ୍ତ କରି ଆୟର୍ଲାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ଜବାବରେ, ଟି-୨୦ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳ ସମସ୍ତ ୱିକେଟ୍ ହରାଇ ୧୮.୫ ଓଭରରେ କେବଳ ୧୪୮ ରନ୍ କରିପାରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୫୦ ରନ୍ କରିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ମାଥ୍ୟୁ ହମ୍ଫ୍ରିସ୍ ଏବଂ ହଲୋର୍ଡ ସର୍ବାଧିକ ୩ ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରଥମ ଥର ପାଇ ଆୟର୍ଲାଣ୍ଡ ଦଳ କୌଣସି ଫର୍ମାଟରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇଛି ।

ଶୁକ୍ରବାର ପ୍ରଥମ ଟି-୨୦ ମ୍ୟାଚରେ ଆୟର୍ଲାଣ୍ଡ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ୧୮୩ ରନ୍ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସାମନା କରିଥିଲା । ଦ୍ୱିତୀୟ ଓଭରରେ ସଞ୍ଜୁ ସାମସନ ୫ ରନ୍ ଆଉଟ ହୋଇଥିଲେ । ଇଶାନ କିଷାନ ୫ ବଲରୁ ୧ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଶ୍ରେୟସ ଆୟର ମାତ୍ର ୩ ରନ୍ କରିପାରିଥିଲେ । ଅଭିଷେକ ଶର୍ମା ୨୦ ବଲରୁ ୫୦ ରନ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ । ତିଲକ ବର୍ମା ୨୧ ବଲରୁ ମାତ୍ର ୧୯ ରନ୍ କରିପାରିଥିଲେ । ୱାଶିଂଟନ ସୁନ୍ଦର (୯), ଶିବମ୍ ଦୁବେ (୨୫), ଅକ୍ଷର (୧୫), ହର୍ଷିତ ରାଣା (୮) ରନ୍ କରି ଆଉଟ୍ ହୋଇଥିଲେ । ଆୟରଲ୍ୟାଣ୍ଡ ପକ୍ଷରୁ ମ୍ୟାଟ୍ ହୋଲାର୍ଡ ଏବଂ ମାଥ୍ୟୁ ହମ୍ଫ୍ରେସ୍ ଚମତ୍କାର ବୋଲିଂ କରି ତିନୋଟି ଲେଖାଏଁ ୱିକେଟ ନେଇଥିଲେ ।

ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଭ୍ରମଣକାରୀ ଦଳର ଆମନ୍ତ୍ରଣରେ ଘରୋଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା । ଆୟର୍ଲାଣ୍ଡ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ଦଳ ପାଇଁ ଅଧିନାୟକ ଲୋର୍କାନ ଟକର ୩୬ ବଲରେ ସର୍ବାଧିକ ୫୦ ରନ୍ କରିଥିଲେ । ଗାରେଥ୍ ମଧ୍ୟ ୪୯ ରନ୍ କରିଥିଲେ । ଭାରତ ପାଇଁ ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

Source link



Source link

Leave A Reply

Your email address will not be published.