ଭୁବନେଶ୍ୱର ୧୭।୦୬ : ରାଜଧାନୀରେ ବଡ଼ଧରଣର ଲୁଟ୍ । ଆଖିପିଛୁଲାକେ ଗାଏବ କରିଦେଲେ ୧୦ ଲକ୍ଷ ଟଙ୍କାର ସୁନା । ଲୁଟର ସମସ୍ତ ଚିତ୍ର ସିସିଟିଭିର କଏଦ ହୋଇଛି । ପୋଲିସ ଘଟଣାର ଆରମ୍ଭ କରିଛି ତଦନ୍ତ ।
ଖବର ଅନୁଯାୟୀ, ରାଜଧାନୀରେ ପୁଣି ମାତିଲେ ସୁନା ଲୁଟେରା । ଭୁବନେଶ୍ୱରରେ ଥିବା ଏକ ଜୁଏଲାରୀ ଦୋକାନରୁ ବଡ଼ଧରଣର ଲୁଟ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା-ରୁପା ଗହଣା ଲୁଟ ହୋଇଥିବା ସହିନନଗର ଥାନାରେ ଅଭିଯୋଗ ହୋଇଛି । ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ଭିତରେ ଲୁଟ ହୋଇଛି । ଦୁର୍ବୃତ୍ତମାନେ ମୁହଁରେ ଗାମୁଛା ଘୋଡ଼ାଇ ଲୁଟ୍ କରୁଥିବାର ଦେଖାଦେଇଛି । ଏହାସହିତ କ୍ୟାସ କାଉଣ୍ଟରରୁ ମଧ୍ୟ ଲୁଟ୍ ହୋଇଛି ।
Also Read:-ରାଜ୍ୟରେ ଭତ୍ତା ସମସ୍ୟାର ସମାଧାନ ହେଉଛି, ଖୁବ୍ଶୀଘ୍ର ବକେୟା ରାଶି ମିଳିଯିବ
ସେପଟେ ଲୁଟ୍ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ସିସିଟିଭିକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି ପୋଲିସ । କିପରି ଲୁଟ୍ ହୋଇଛି । ସେନେଇ ମଧ୍ୟ ଚାଲିଛି ତଦନ୍ତ ।
