ଉମରକୋଟ ୨୪।୭: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର କୋଣ୍ଡାଗା ରୋଡ୍ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର ଏକ ଏଟିଏମ୍ରେ ଘଟିଛି ବଡ଼ ଧରଣର ଲୁଟ୍ । ଦୁର୍ବୃତ୍ତ ମାନେ ଗ୍ୟାସ୍ କଟର ବ୍ୟବହାର କରି ATM ମେସିନ କାଟି ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ରାତିର ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଟିଏ ପ୍ରବେଶ କରିଥିଲେ । ଗ୍ୟାସ କଟର ସାହାଯ୍ୟରେ ମେସିନ୍କୁ କାଟି ନଗଦ ଟଙ୍କା ନେଇ ସେଠାରୁ ଫେରାର ହୋଇଯାଇଛନ୍ତି । ସକାଳେ ସ୍ଥାନୀୟ ଲୋକ ଏଟିଏମ୍ରେ ଏଭଳି ଅବସ୍ଥା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏଟିଏମ୍ରୁ କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି, ତାହାର ହିସାବ କରାଯାଉଛି ।
Also Read:- ଘର ଜିନିଷ ବିକି ପିଉଥିଲା ମଦ, ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ଜୀବନ
ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ନିକଟସ୍ଥ CCTV ଫୁଟେଜ୍ ଯାଞ୍ଚ ଚାଲିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନବରଙ୍ଗପୁର SP ପାର୍ଥ କାଶ୍ୟପ ନିଜେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ସେପଟେ, ଏହି ଘଟଣା ପରେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ATM ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Source link
