Voice of Eastern India

Salman Khan: ନିଟ୍ ଆନ୍ଦୋଳନକୁ ସଲମାନଙ୍କ ସମର୍ଥନ, କହିଲେ-ଏହାକୁ ରାଜନୀତି କରିବା ଠିକ୍‌ ନୁହେଁ



ମୁମ୍ଵାଇ ୨୩।୦୭; ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ । ପ୍ରଥମଥର ପାଇଁ ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ନିଜର ମତାମତ ରଖିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ସେ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ସାହସ ଓ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସଲମାନ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ଲିକ୍ ପରି ଘଟଣା ଅତ୍ୟନ୍ତ ଦୁଃଖଦ । ଏହା ଲକ୍ଷ ଲକ୍ଷ ପରିଶ୍ରମୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସହ ଜଡିତ। ଶିକ୍ଷା ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବା ପାଇଁ ଏଭଳି ଘଟଣାର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହୋଇ ସ୍ୱର ଉଠାଇଛନ୍ତି । ସେମାନଙ୍କର ଏହି ଆନ୍ଦୋଳନ ପ୍ରଶଂସନୀୟ ଏବଂ ଏହାର ସମ୍ପୂର୍ଣ୍ଣ ଶ୍ରେୟ କେବଳ ଛାତ୍ରଛାତ୍ରୀଙ୍କୁ ମିଳିବା ଉଚିତ ।

ଆନ୍ଦୋଳନକୁ ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସଲମାନ ନିଜ ପୋଷ୍ଟରେ ନିକଟରେ ଘଟିଥିବା ହିଂସା ପ୍ରତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆହତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଦେଶର ଯୁବପିଢ଼ି ଶିକ୍ଷା ପ୍ରତି ଯେଉଁ ଦାୟିତ୍ୱବୋଧ ଓ ଉତ୍ସାହ ଦେଖାଇଛନ୍ତି, ତାହା ଭବିଷ୍ୟତରେ ଭାରତକୁ ଗର୍ବିତ କରିବ ।

ଅଭିନେତା ଆହୁରି କହିଛନ୍ତି ଯେ, ସରକାର ମଧ୍ୟ ଛାତ୍ରଛାତ୍ରୀଙ୍କ କଥାକୁ ଗୁରୁତ୍ୱର ସହ ଶୁଣିବେ ଏବଂ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବେ । ସଲମାନ ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବହୁ ପ୍ରଶଂସକ ଓ ସାଧାରଣ ଲୋକ ତାଙ୍କ ମତକୁ ସମର୍ଥନ କରିଥିବାବେଳେ, ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
Source link



Source link

Leave A Reply

Your email address will not be published.