ମୁମ୍ୱାଇ ୦୪।୦୮ : ସଲିମ ଖାନଙ୍କ ପୁଅ ସୋହେଲ ଖାନ ଏହି ସମୟରେ ରିଆଲିଟି ଶୋ’ ‘ଆଲାୟନ୍ସ’ର ସଦସ୍ୟ ହୋଇଛନ୍ତି। ଲେଟେଷ୍ଟ ଏପିସୋଡରେ ସୋହେଲ ଖାନଙ୍କୁ ଭେଟିବାକୁ ସଲମାନ ଆସି ଥିଲେ। ସଲମାନ ଖାନଙ୍କୁ ଘର ଭିତରେ ଦେଖି ଅନ୍ୟ ପ୍ରତିଯୋଗୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସଲମାନ ଖାନ ଘର ଭିତରକୁ ପ୍ରବେଶ କରୁ କରୁ କହିଥିଲେ-ଚିନ୍ତା କର ନାହିଁ , ମୁଁ ଏହି ଶୋ’ର ହୋଷ୍ଟ ନୁହେଁ। ସଲମାନଙ୍କ ସହ ମିଶି ପ୍ରତିଯୋଗୀମାନେ ଖୁବ୍ ଖୁସି ହୋଇଗଲେ। ଶୋ’ର ନୂଆ ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ସଲମାନ ଖାନ ସୋହେଲ ଖାନଙ୍କୁ ବୁଝାଇବାର ନଜର ଆସୁଛି। ସେ ନିଜ ଭାଇର ସାହସ ବଢାଇବା ପାଇଁ ଜେଲରେ ବିତେଇ ଥିବା ସେହି କଠିନ ସମୟକୁ ମଧ୍ୟ ମନେପକାଇ ଥିଲେ।
Sohail Khan & all the housemates are visibly emotional as #SalmanKhan opens up about the hardships & difficult moments he went through during his time in jail. The way Bhai describes everything is deeply moving, leaving everyone emotional & silent #Alliance…
— Sohail. (@BeingSohail__) August 3, 2026
ଜେଲରେ ବିତାଇଥିବା ସମୟକୁ ମନେ ପକାଇଲେ ସଲମାନ
ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ସୋହେଲ ଖାନ, ସଲମାନଙ୍କୁ କହୁଛନ୍ତି ଯେ ଆଜି ସେ ଭୟଭୀତ ହୋଇ ଯାଇଥିଲେ। ଏହା ପରେ ସଲମାନଙ୍କର ସିନ୍ ଆସୁଛି, ଯେଉଁଥିରେ ସେ ଜେଲରେ ବିତାଇଥିବା ଦିନଗୁଡ଼ିକୁ ମନେ ପକାଉଛନ୍ତି। ସଲମାନ କହୁଛନ୍ତି- ଅନେକ ବର୍ଷ ପୂର୍ବେ ଯେତେବେଳେ ମୁଁ ଜେଲ୍ ଯାଇଥିଲି… ଏଠାରୁ ଆହୁରି ଖରାପ ଥିଲା । ଆମ ଆଗରେ ଲୁହାର ସବୁଆଡେ ଗ୍ରିଲ୍ ଥିଲା। ଗୋଟିଏ ଛୋଟ ଜାଗାରେ ଆମେ ୫୦ରୁ ୭୦ ଜଣ ଲୋକ ରହୁଥିଲୁ… । ତାସହ ଗୋଟିଏ ବାଥରୁମ୍, ଇଣ୍ଡିଆନ୍ ଷ୍ଟାଇଲ୍ ଟଏଲେଟ୍ ସିଟ୍ ଥିଲା । ସେଥିରେ ପୁଣି କେତେବେଳେ ଝିଟିପିଟି ତ ପୁଣି ଆଉ କିଛି ମଇଳା ସେଠାରେ ଭରି ରହୁ ଥିଲା। ଠିକ୍ ସେ କହି ପାଣି ବି ପକାଉ ନଥିଲେ ।
ସଲମାନ ଯେତେବେଳେ ନିଜ କଥା କହୁଥିଲେ, ସବୁ ପ୍ରତିଯୋଗୀମାନେ ଖୁବ୍ ଧ୍ୟାନର ସହ ତାଙ୍କ କଥା ସବୁ ଶୁଣୁ ଥିଲେ। ଏତିକି ହିଁ ନୁହେଁ କହିଥିଲେ ମୋର କୌଣସି ଟେନସନ୍ ନଥିଲା। କେବଳ ଚିନ୍ତା ଥିଲା ବାଥରୁମ। ଆଉ ସେଠାରେ ମୁଁ ନିଜ କାମ ନିଜେ କରୁଥିଲେ । ସାଧାରଣ ଖାଦ୍ୟ ଖାଉଥିଲି ଓ ନିୟମିତ ବ୍ୟାୟାମ କରେ । ଯାହା ପାଇଁ ମୁଁ ବହୁତ ଫିଟ୍ ମଧ୍ୟ ଥିଲି । ଜେଲ ବିଷୟ ବ୍ୟତୀତ, ସଲମାନ ‘ଆଲାଏନ୍ସ’ ଶୋ’ରେ ସୋହେଲ ଖାନ ଏବଂ ସୀମା ସଜଦେହଙ୍କ ଛାଡପତ୍ର ବିଷୟରେ ମଧ୍ୟ କହିଥିଲେ। ସଲମାନ ଉଲ୍ଲେଖ କରିଥିଲେ ଯେ ସୋହେଲ ସମସ୍ତ ଦୋଷ ନିଜ ଉପରେ ନେଇଥିଲେ, କିନ୍ତୁ ପରିବାରର ସଦସ୍ୟ ଭାବରେ, ସେ ତାଙ୍କ ସାନ ଭାଇକୁ ବହୁତ କଷ୍ଟ ସହ୍ୟ କରିଥିବା ଦେଖିଛନ୍ତି।
