Voice of Eastern India

ଓଡ଼ିଶାର ରେଳ ନେଟୱର୍କକୁ ବଳ, ପାରାଦୀପ – ହରିଦାସପୁର ଦୋହରିକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଜିଲ୍ଲାକୁ କଭର କରୁଥିବା ଦୁଇ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୧୪୫ କିଲୋମିଟର ବୃଦ୍ଧି କରିବ ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଯୋଜନା କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଲୋକ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗ ପ୍ରଦାନ କରିବ । ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୧୫୨୬ ଗ୍ରାମକୁ ସଂଯୋଗୀକରଣ ବୃଦ୍ଧି କରିବ । ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ରେଳ ସଂଯୋଗୀ କରଣରେ ଉନ୍ନତି ଆଣିବ ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ସାତଟି ପ୍ରମୁଖ ନିଷ୍ପତ୍ତି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି । ପ୍ରଥମ ଦୁଇଟି ନିଷ୍ପତ୍ତି ବାରାଣସୀରେ ଏକ ସମ୍ପୂର୍ଣ୍ଣ ନୂତନ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ସହିତ ଜଡିତ । ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ନିଷ୍ପତ୍ତି ସେମିକନ୍ ୨.୦ ମିଶନ ସହିତ ଜଡିତ, ଯାହାକୁ ଆଜି ଅନୁମୋଦନ କରାଯାଇଛି । ଏହି ଅନୁମୋଦନଗୁଡ଼ିକ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କାର ସାତଟି କ୍ୟାବିନେଟ ନିଷ୍ପତ୍ତିର ଏକ ବୃହତ ପ୍ୟାକେଜର ଅଂଶ । ଏହି ପ୍ୟାକେଜରେ ବାରାଣସୀରେ ଭିତ୍ତିଭୂମି ପ୍ରକଳ୍ପ, ୟୁରିଆ ପାଇଁ ଏକ ନୂତନ ଜାତୀୟ ନିବେଶ ନୀତି -୨୦୨୬, ପାରାଦୀପ-ହରିଦାସପୁର ରେଳ ଲାଇନର ଦୋହରୀକରଣ ଏବଂ ଡାଙ୍ଗୋଆପୋସି ଏବଂ ରାଜଖରସାୱାନ ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ । ଏହି ସମସ୍ତ ଘୋଷଣା ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।”

Source link



Source link

Leave A Reply

Your email address will not be published.