Voice of Eastern India

କେନାଲ କଡ଼ରୁ ମିଳିଲା ଅଜଣା ମୃତଦେହ, ଭାସି ଆସିଛି ନା କିଏ ମାରି ପୋତିଛି ?


ଭୁବନେଶ୍ବର ୫।୭: ରାଜଧାନୀରୁ ମିଳିଛି ଅଜଣା ମୃତଦେହ । ଭୁବନେଶ୍ବର ବମିଖାଲ କେନାଲ କଡ଼ରୁ ମିଳିଛି ଅଜଣା ମୃତଦେହ I ସାରୁ ବୁଦା ତଳେ ମୃତଦେହକୁ ପୋତା ଯାଇଥିବା ଦେଖିବାକୁ ମିଳିଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବମିଖାଲ କେନାଲ କଡ଼ରେ ଦେଖିବାକୁ ମିଳିଛି ଅଜଣା ମୃତଦେହ । କେନାଲ କଡ଼ରେ ଥିବା ସାରୁ ବୁଦା ମୂଳରେ ମୃତଦେହ ପୋତି ହୋଇଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଏହା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ପହଞ୍ଚିଥିବା ଜଣାପଡିଛି ।

Also Read:- ଶ୍ରୀମନ୍ଦିର ଚାରିପାଖେ ବୁଲୁଥିଲା ବିଦେଶୀ ପକ୍ଷୀ, ଧରିପକାଇଲେ ସୁରକ୍ଷା କର୍ମୀ

ତେବେ ସହର ଭିତର ଡ୍ରେନ୍ ଆଡୁ ଭାସି ଆସି ମୃତଦେହଟି ଏଠାରେ ଲାଗିଥିବା ସନ୍ଦେହ କରାଯାଉଛି । କିନ୍ତୁ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୋଲିସ ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିବା ସହ ମୃତଦେହ କେଉଁଠୁ ଆସିଲା ନା କେହି ମାରି ପୋତି ଦେଇଛି ସେ ସମ୍ପର୍କରେ ସ୍ପଷ୍ଟ ହେବ ।

Source link



Source link

Leave A Reply

Your email address will not be published.