ଆଠଗଡ଼ ୧୯।୬: ଚିକିତ୍ସା ପାଇଁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଲୁଟେରା । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଅଳଙ୍କାର । ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ବ୍ଲୁଟୁଥ୍ ଚୋର ମାନଙ୍କୁ ଧରାଇଦେଇଥିବା ଜଣାପଡିଛି । ଚୋରିର ମାତ୍ର ୩ ଘଣ୍ଟା ମଧ୍ୟରେ ଚୋରମାନେ ଧରାପଡିଛନ୍ତି ।
ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ବ୍ଲକ କାଞ୍ଜିଆପଦା ନନ୍ଦପୁର ଗ୍ରାମର ସୁରେଶ ମଲ୍ଲିକଙ୍କ ପରିବାର ଚିକିତ୍ସା ପାଇଁ ଯାଇଥିଲେ । ଘରେ କେହି ନଥିବା ବେଳେ ଘର ଛାତ ଉପର ଦେଇ ଘରେ ପଶିଥିଲେ ଲୁଟେରା । ଗଡ଼ରେଜରୁ ସୁନା ହାର, ସୁନା ଚେନ୍, ସୁନା କାନଫୁଲ ଦୁଇ ହଳ, ସୁନା ମୁଦି ୪ଟା ସୁନା ଲକେଟ ୪ଟା, ରୁପା ଚେନ୍, ରୁପାର ଅନନ୍ତ ବ୍ରତ, ନଗଦ ୩୦ ହଜାର ଟଙ୍କା, ସହିତ ଆଉ କିଛି ସୁନା ରୁପା ଗହଣା ଓ ଆସବାବପତ୍ର ଚୋରି କରି ନେଇଥିଲେ । ତେବେ ଚୋର ମାନେ ଛାଡିଯାଇଥିବା ବ୍ଲୁଟୁଥ୍ ଚୋର ମାନଙ୍କୁ ଧରାପକାଇ ଦେଇଛି । ଚୋର ମାନେ ଛାଡି ଯାଇଥିବା ବ୍ଲୁଟୁଥ୍ ସହାୟତାରେ ପୋଲିସ ଚୋର ମାନଙ୍କ ନିକଟରେ ପହଞ୍ଚାଇ ଦେଇଥିଲା । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ କାଞ୍ଜିଆପଦା ନନ୍ଦପୁର ଗ୍ରାମର ଅଭିଯୁକ୍ତ ଆକାଶ ମଲ୍ଲିକ, ସମୀର ମଲ୍ଲିକ, ବିଜୟ ମଲ୍ଲିକ ।
Also Read:- ପିଲାଙ୍କୁ ଭୁଲ୍ ବହି ଦେଇ ତାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଦେବା ଠିକ୍ ନୁହେଁ
ଚୋର ମାନଙ୍କୁ ଧରିବା ସହ ଚୋରି ଜିନିଷ ଚୋରଙ୍କ ନିକଟରୁ ଉଦ୍ଧାର କରିଛି ପୋଲିସ । ଆହୁରି ଅନେକ ଜିନିଷ ଉଦ୍ଧାର ହୋଇ ପାରିନାହିଁ । ତେବେ ଖୁବଶୀଘ୍ର ଅନ୍ୟ ଚୋରି ସାମଗ୍ରୀ ଉଦ୍ଧାର ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
