Voice of Eastern India

ଚୀନ ଅଭିମୁଖେ ବାହାରିଥିଲା ‘ଓସେନ୍ ଉଇନର’, ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ସନ୍ଦେହ


ପାରାଦୀପ: ମଝି ସମୁଦ୍ରରୁ ନିଖୋଜ ହୋଇଗଲା ଆଇରନ ଓର୍ ବୋଝେଇ ଜାହାଜ। ବଢ଼ିଲା ଚିନ୍ତା… ପାରାଦୀପ ବନ୍ଦରରୁ ବାହାରିଥିବା ଏକ ଜାହାଜ ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ପାନାମା ପତାକା ଧାରୀ ଜାହାଜ ଓସେନ ଉଇନର ଚୀନ ଅଭିମୁଖେ ବାହାରିଥିଲା। ହେଲେ ୨୧ ତାରିଖ ଠାରୁ ଜାହାଜ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏମିତିରେ କୌଣସି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରଯାଉଥିବା ବେଳେ ଭାରତୀୟ କୋଷ୍ଟଗାର୍ଡ ତରଫରୁ ମଧ୍ୟ ସର୍ଚ୍ଚ ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ପାରାଦୀପ ବନ୍ଦରରୁ ୨୦ ତାରିଖ ବିଳମ୍ବିତ ରାତ୍ରିରେ ଆଇରନ ଓର୍ ନେଇ ଚୀନ୍ ଅଭିମୁଖେ ବାହାରିଥିଲା ଜାହାଜ ‘ଓସେନ୍ ଉଇନର’। ଏହି ଜାହାଜ ପାରାଦୀପକୁ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରୁ ବୋଥ୍ରା ସିପିଙ୍ଗ ଏଜେଣ୍ଟ ମାଧ୍ୟମରେ ଆଇରନ ଓର୍‌ ନେବା ପରେ ଚୀନ ଅଭିମୁଖେ ବାହାରିଥିଲା। ହେଲେ ୨୧ ତାରିଖ ଦିନ ପାରାଦୀପ ସମୁଦ୍ର ଉପକୂଳ ଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ଦୂର ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ନିକଟରେ ଥିବା ବେଳେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Also Read: MMDR ଆକ୍ଟକୁ ନେଇ ତେଜିଲା ରାଜ୍ୟ ରାଜନୀତି, ସ୍ୱତନ୍ତ୍ର ଅଧିବେଶନ ସହ ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ

ମିଳିଥିବା ସୂଚନା ଅନୁସାରେ, ଏହି ଜାହାଜ ମଧ୍ୟରେ ୨୦ ଜଣ ଚୀନ, ୩ ଜଣ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କୁ ମିଶାଇ ସମୁଦାୟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ଜାହାଜଟି ଦୂର ସମୁଦ୍ର ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଜାହାଜରେ ମୋଟ ୧ ଲକ୍ଷ ୪୦ ହଜାର ୨୨୦ ମେଟ୍ରିକ ଟନ ଆଇରନ ଓର ଲୋଡିଂ ରହିଥିଲା। ଜାହାଜ ସହିତ ଯୋଗାଯୋଗ ନହୋଇ ପାରିବାରୁ ଏବେ ଭାରତୀୟ କୋଷ୍ଟଗାର୍ଡ, ଆଣ୍ଡାମାନ କୋଷ୍ଟଗାର୍ଡ ଓ ନାଭି ସର୍ଚ୍ଚ ଅପରେସନରେ ଲାଗିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ଜାହାଜଟି ସୁରକ୍ଷିତ ଅଛି କିମ୍ବା ଦୂର ସମୁଦ୍ର ମଧ୍ୟରେ ବୁଡ଼ିଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।

Source link



Source link

Leave A Reply

Your email address will not be published.