ଭଦ୍ରକ ୧୪।୦୭ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ବ୍ରେକ୍ ଫେଲ୍ ଲାଗି ଟ୍ରକକୁ ପିଟିଲା କାର୍ । ଯେଉଁଥିରେ ଘଟଣାସ୍ଥଳରେ ହିଁ କାର ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୁର୍ଘଟଣାଗ୍ରସ୍ଥ ଗାଡ଼ିକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭଦ୍ରକ ଆରଡି ଆରଡ଼ି ଛକ ନିକଟରେ ଏକ ଟ୍ରକ୍ ଖରାପ ହେବା ଯୋଗୁଁ ରାଜପଥ କଡ଼ରେ ଅଟକି ରହିଥିଲା । ଏହି ସମୟରେ ବାଲେଶ୍ୱର ଆଡୁ ଆସୁଥିବା ଏକ କାର ଦ୍ରୁତଗତିରେ ଆସି ଟ୍ରକକୁ ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଆଗ ଭାଗ ଟ୍ରକ୍ ଭିତରକୁ ପଶି ଯାଇଥିଲା। ଫଳରେ କାର୍ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
Also Read:-ପାକିସ୍ତାନର ‘ଅପରେସନ୍ ଶବାନ’ରେ ସପ୍ତାହକରେ ୧୦୯ ଉଗ୍ରବାଦୀ ନିହତ
ସେପଟେ ବର୍ତ୍ତମାନ ସୁଦ୍ଧା କାର ଚାଳକଙ୍କ ପରିଚୟ ମିଳିନଥିବା ବେଳେ କାରଟି ବାଲେଶ୍ୱରର ହୋଇଥିବା ଜଣାପଡ଼ିଛି। କାର ଭିତରୁ ମେଡିକାଲ କାଗଜପତ୍ର ମିଳିଥିବାରୁ କଟକ ଯାଉଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମୃତଦେହ ଜବତ କରି ତଦନ୍ତ ଚଳାଇଛି।
