Voice of Eastern India

“ତୁମେମାନେ ହେଉଛ ପରଜୀବୀ”: ‘କାକରୋଚ୍‌’ ବିବାଦ ପରେ ଏବେ କାହାକୁ ଏମିତି କହିଲେ ସିଜେଆଇ


ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ‘କାକରୋଚ୍’ ଟିପ୍ପଣୀକୁ ନେଇ ସାରା ଦେଶରେ ହଙ୍ଗାମା ହେବା ପରେ, ଏବେ ସିଜେଆଇ ପୁଣିଥରେ ଏକ କଡ଼ା ଟିପ୍ପଣୀ ଦେଇଛନ୍ତି । ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତକୁ ଜାମିନ ଦେବାକୁ ମନା କରି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଏଭଳି ଲୋକମାନେ ପରଜୀବୀ ଭଳି, ତେଣୁ ଏମାନେ ଜେଲ ରହିବା ହିଁ ଭଲ ।

ସୁପ୍ରିମକୋର୍ଟରେ ସାଇବର ଫ୍ରଡ୍ ମାମଲାର ଶୁଣାଣି ଚାଲିଥିଲା । ଏହି ସମୟରେ ସିଜେଆଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ଆବେଦନକୁ ଖାରଜ କରିବା ସହ କୋର୍ଟ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ସାଇବର ଅପରାଧୀମାନେ ହେଉଛନ୍ତି ‘ପରଜୀବୀ’, ଯେଉଁମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରନ୍ତି । ସେମାନଙ୍କୁ ଧରିବା ମଧ୍ୟ ସହଜ ହୋଇନଥାଏ । ଏଭଳି ଅପରାଧୀମାନଙ୍କୁ ଜେଲରେ ରଖିବା ଦ୍ୱାରା ହିଁ ସମାଜର ହିତ ସାଧନ ହେବ ।

କ’ଣ କହିଲେ ସିଜେଆଇ ?

ଶୁଣାଣି ବେଳେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, “ତୁମେମାନେ ହେଉଛ ପରଜୀବୀ, ଯେଉଁମାନେ ନିବେଶକମାନଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଉଛ । ସାଇବର ଅପରାଧୀଙ୍କ ପ୍ରତି ଆମକୁ ବହୁତ କଠୋର ହେବାକୁ ହିଁ ପଡ଼ିବ ।” ସିଜେଆଇ ସାଇବର ଅପରାଧର ବ୍ୟାପକତାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । ସେ ଆହୁରି କହିଥିଲେ, “ତୁମମାନେ କୌଣସି ଗୋଟିଏ ରାଜ୍ୟରେ ସୀମିତ ନାହଁ । ତାମିଲନାଡୁରେ କାହାକୁ ଠକୁଛ, ସେଠାରୁ ଜମ୍ମୁ ଚାଲିଯାଉଛ । ତୁମ ଭଳି ଲୋକ ଜେଲ୍ ଭିତରେ ରୁହନ୍ତୁ, ଏହା ହିଁ ସମାଜର ମଙ୍ଗଳ ।”

‘କାକରୋଚ୍’ ବୟାନକୁ ନେଇ ବିବାଦ

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଏକ ଟିପ୍ପଣୀକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା । ଗତ ମାସରେ ଏକ ଆବେଦନର ଶୁଣାଣି ବେଳେ ସିଜେଆଇ ସୂର୍ଯ୍ୟକାନ୍ତ କଥିତ ଭାବେ ବେକାର ଯୁବକମାନଙ୍କୁ ‘କାକରୋଚ୍’ ସହ ତୁଳନା କରିଥିଲେ । ସେ କହିଥିଲେ ଯେ ବେକାର ଯୁବକମାନେ ପରବର୍ତ୍ତୀ ସମୟରେ ମିଡିଆ, ସୋସିଆଲ ମିଡିଆ ଏବଂ ଆରଟିଆଇ କର୍ମୀ ସାଜି ସିଷ୍ଟମ୍ ବା ବ୍ୟବସ୍ଥା ଉପରେ ଆକ୍ରମଣ କରିବା ଆରମ୍ଭ କରନ୍ତି ।

Source link



Source link

Leave A Reply

Your email address will not be published.