Voice of Eastern India

ଦାଦାବଟି ଦେଲେନି ବୋଲି ଇଟାଭାଟି ମ୍ୟାନେଜରଙ୍କୁ ଗୁଳିମାଡ଼


କେନ୍ଦ୍ରାପଡ଼ା: ଦାଦାବଟି ମାଗି ବିଫଳ ହେବା ପରେ ଇଟାଭାଟି ମ୍ୟାନେଜରଙ୍କୁ ଗୁଳିମାଡ଼। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଅନୁଆପଡ଼ା ଛକରେ। ଆହତ ଇଟାଭାଟି ମ୍ୟାନେଜର ଗୌର ଚନ୍ଦ୍ର ରାଉତଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗୌର ଚନ୍ଦ୍ରଙ୍କ ଘର କଟକ ଜିଲା ସାଲେପୁର ଅଞ୍ଚଳରେ। ସେ ଗତ ୯ ମାସ ହେବ ଅନୁଆପଡ଼ା ସ୍ଥିତ ଏକ ଇଟାଭାଟିରେ ମ୍ୟାନେଜର ଭାବେ କାମ କରୁଛନ୍ତି। ତେବେ କିଛି ଦିନ ତଳେ ୪ ଜଣ ଅସାମାଜିକ ଯୁବକ ରାତିରେ ଇଟାଭାଟିରେ ପହଞ୍ଚି ତାଙ୍କୁ ଦାଦାବଟି ମାଗିଥିଲେ । ହେଲେ ବଟି ଦେବାକୁ ମନା କରିଥିଲେ ଗୌର। ଫଳରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା ଯୁବକମାନେ ବୁଧବାର ଗୌରଙ୍କୁ ଆକ୍ରମଣ କରିଥିଲେ। ଗୌର ନିଜ ବାଇକରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବାଇକ ଅଟକାଇ ଗୁଳିମାଡ଼ି କରି ଫେରାର ହୋଇଯାଇଥିଲେ ।

Also Read: ଟ୍ରେନରୁ କରୁଥିଲା ସୁନା ଚୋରି, ବିକ୍ରି କରି ହେଉଥିଲା ମାଲେମାଲ୍

ସେପଟେ ଗୌର ଅଭିଯୋଗ କରିଛନ୍ତି ଯେ, ସେହି ୪ ଯୁବକ ଦୁଇଟି ବାଇକରେ ଆସି ଗୁଳିମାଡ଼ କରିଛନ୍ତି। ୪ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ ଜଣ ହେଲମେଟ ପିନ୍ଧିଥିବା ବେଳେ ଜଣେ ଗାମୁଛାରେ ମୁହଁ ଘୋଡ଼ାଇ ଥିଲା ବୋଲି ସେ କହିଛନ୍ତି । ତେବେ ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Source link



Source link

Leave A Reply

Your email address will not be published.