Voice of Eastern India

ଦେଶରେ କମୁଛି ଚା ଉତ୍ପାଦନ, ଆସାମ ଓ ଦାର୍ଜିଲିଂରେ ମଧ୍ୟ କମିଛି, ଜାଣନ୍ତୁ କାରଣ


ନୂଆଦିଲ୍ଲୀ: ଖାଦ୍ୟ ଶସ୍ୟ, ଦୁଗ୍ଧ ଉତ୍ପାଦ ଓ ମସଲା ସମେତ ଭାରତ ଚା ଉତ୍ପାଦନରେ ମଧ୍ୟ ଶୀର୍ଷ ଦେଶଙ୍କ ସୂଚୀରେ ରହିଛି। ଏବେ ଟି ବୋର୍ଡ ତଥ୍ୟରେ ଦେଶରେ ଚା ଉତ୍ପାଦନ ହ୍ରାସ ହେଉଥିବା ସୂଚିତ କରିଛି। ମେ ମାସରେ ଚା ଉତ୍ପାଦନ ହ୍ରାସର ତଥ୍ୟ ସାମ୍ନାକୁ ଆସୁଛି। ଏହି ଉତ୍ପାଦନ ହ୍ରାସର ପାଇଁ ଦୁର୍ବଳ ମୌସୁମୀ ଯୋଗୁ କମ୍ ବର୍ଷାକୁ ଦାୟି କରାଯାଉଛି। ଟି ବୋର୍ଡର ତାଜା ତଥ୍ୟ ଅନୁସାରେ ମେ ମାସରେ ମୋଟ ୧୩୧.୬୦ ନିୟୁତ କିଲୋଗ୍ରାମ ଚା ଉତ୍ପାଦିତ ହୋଇଛି, ଯାହା ୨୦୨୫ ମେରେ ୧୩୬.୪୩ ନିୟୁତ କେଜି ଥିଲା।

ଏପରି ଉତ୍ପାଦନ ହ୍ରାସ ପ୍ରି ମନସୁନରେ ପର୍ଯ୍ୟାପ୍ତ ବର୍ଷା ନ ହେବା ଯୋଗୁ ହୋଇଛି। ଟି ବୋର୍ଡ ତଥ୍ୟ ଅନୁସାରେ ଉତ୍ପାଦନ ହ୍ରାସର ସବୁଠୁ ବଡ଼ ପ୍ରଭାବ ଦକ୍ଷିଣ ଭାରତର ଚା ଉତ୍ପାଦିତ ହେଉଥିବା ଅଞ୍ଚଳରେ ଦେଖା ଯାଇଛି। ଏହି କ୍ଷେତ୍ରରେ ମେ ମାସରେ ଚା ଉତ୍ପାଦନ ୧୯.୦୪ ମିଲିୟନ କେଜି ହ୍ରାସ ହୋଇ ୧୩.୬୩ ମିଲିୟନ କେଜି ହୋଇଯାଇଛି। ଏହା ଛଡା କେରଳରେ ଉତ୍ପାଦନ ୭.୦୩ ନିୟୁତ କେଜି ହ୍ରାସ ହୋଇ୫.୮୬ ନିୟୁତ କେଜି ହୋଇଯାଇଛି। କର୍ଣ୍ଣାଟକରେ ମଧ୍ୟ ଚା ଉତ୍ପାଦନ ହ୍ରାସ ଦେଖାଯାଇଛି। ଭାରତରେ ସାଧାରଣତଃ ଚା ଥଣ୍ଡା ଅଞ୍ଚଳରେ ହୋଇଥାଏ। ଏଥିରେ ମିଡିଆ ରିପୋର୍ଟରେ ଚା ଉତ୍ପାଦନ ପାଇଁ ପ୍ରସିଦ୍ଧ ଆସାମରେ ମଧ୍ୟ ମେ ମାସରେ ଉତ୍ପାଦନ ସାମାନ୍ୟ ହ୍ରାସ ହୋଇଥିବା ଜଣାପଡିଛି।

ତେବେ ପଶ୍ଚିମବଙ୍ଗରେ ଚା ଉତ୍ପାଦନ ବୃଦ୍ଧି ହୋଇଛି। ବେଙ୍ଗଲରେ ଚା ଉତ୍ପାଦନ ପାଖାପାଖି ୫% ବଢିଛି। ଫଳରେ ମୋଟ ଉତ୍ପାଦନ ୪୨.୬୯ ମିଲିୟନ କେଜିକୁ ପହଞ୍ଚିଛି। କେବଳ ବେଙ୍ଗଲ ନୁହେଁ ଆର୍ସ ଓ ତରାଇ ଅଞ୍ଚଳରେ ମଧ୍ୟ ଚା ଉତ୍ପାଦନ ବଢିଛି। ହେଲେ ଦାର୍ଜିଲିଂ ମୁଖ୍ୟ ଉତ୍ପାଦନ ଅଞ୍ଚଳରେ ଉତ୍ପାଦନ ସାମାନ୍ୟ ହ୍ରାସ ହୋଇଥିବାର ଟି ବୋର୍ଡ ଆକଳନରୁ ଜଣା ପଡିଛି। ବିଶ୍ୱରେ ଚା ରପ୍ତାନୀ ପାଇଁ ଭାରତର ସ୍ୱତନ୍ତ୍ର ସ୍ଥାନ ରହିଛି। ଦେଶର ଆବଶ୍ୟକତା ପୂରଣ ପରେ ବଳକା ଚା ବିଦେଶ ରପ୍ତାନୀ ହୋଇଥାଏ। ଏଥିରେ ଉତ୍ପାଦନ ହ୍ରାସ ରପ୍ତାନୀ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।

Source link



Source link

Leave A Reply

Your email address will not be published.