କୋଇଡ଼ା: ବେହାଲ କରିଦେଲା ଚାରିଘଣ୍ଟାର ଲଗାଣ ବର୍ଷା । ପାହାଡ଼ର ଉପରମୁଣ୍ଡରୁ ମାଡ଼ି ଆସିଲା ବର୍ଷା ଜଳ। କେହି କିଛି ବୁଝିବା ଆଗରୁ ଘରେ ପଶିଗଲା ପାଣି ନଷ୍ଟ କରିଦେଲା ଆସବାବପତ୍ର। ଗୁରୁବାର ଭୋର ସମୟରେ କୋଇଡ଼ାରେ ହୋଇଥିବା ଚାରିଘଣ୍ଟାର ଲଗାଣ ବର୍ଷା ଯୋଗୁ ଉତ୍କଟ ହୋଇପଡ଼ିଛି ସ୍ଥିତି।
ମିଳିଥିବା ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁ ଉପରମୁଣ୍ଡ ପାହାଡ଼ରୁ ଏତେ ମାତ୍ରାରେ ପାଣି ମାଡ଼ି ଆସିଥିଲା ଯେ, ଲୋକେ ଶୋଇଥିବା ଅବସ୍ଥାରୁ ଉଠି ବାହାରକୁ ମଧ୍ୟ ଆସିପାରିନଥିଲେ। ବର୍ତ୍ତମାନସୁଦ୍ଧା ଅନେକ ଲୋକଙ୍କ ଘରେ ପାଣି ପଶିସାରିଥିବା ବେଳେ ଏକାଧିକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ।
Also Read: ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା କାଳ ଡ୍ୟାମ୍ର ୨ ଗେଟ୍ ; ତଳିଆ ଅଞ୍ଚଳରେ ଛନକା
ସେହିଭଳି କୋଇଡ଼ା ବ୍ଲକର କେରକେଟା ବସ୍ତି , ଧୁବୁଲାବେଢ଼ା, ଗୋପିସାହି, ନିଉ ଗାର୍ଡେନ କଲୋନୀ ଭଳି ସ୍ଥାନରେ ଲୋକଙ୍କ ଘର ଭିତରେ ବର୍ଷା ଜଳ ପଶିଛି । ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ଡ୍ରେନ ଜଳ ନିଷ୍କାସନ ହେବା ବଦଳରେ ଓଲଟା ଡ୍ରେନରେ ପାଣି ଆସି ଘରେ ପଶିଥିବା ଦେଖିବାକୁ ମିଳିଛି।
More Video:
Source link
