Voice of Eastern India

ପୁଣି ଉଠିଲା ସାବରିମାଲାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ, ପୂର୍ବତନ TDB ଅଧ୍ୟକ୍ଷଙ୍କ ଦାବିକୁ ନେଇ ବିବାଦ


ତିରୁଅନନ୍ତପୁରମ : କେରଳରେ ରାଜନୈତିକ ରୂପେ ସମ୍ବେଦନଶୀଳ ସବରିମାଲା ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ରବିବାର ପୁଣି ଚର୍ଚ୍ଚାକୁ ଆସିଛି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ତ୍ରାଭାଣକୋର ଦେବସୋମ ବୋର୍ଡ (ଟିଡିବି)ର ତତ୍କାଳୀନ ଅଧ୍ୟକ୍ଷ ଏ.ପଦ୍ମ କୁମାର ତାଙ୍କ ନିକଟତମ ସହଯୋଗୀଙ୍କୁ କହିଛନ୍ତି ଯେ ତାଙ୍କୁ ଓ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀଜିଥଙ୍କୁ ଜାଣିଶୁଣି ସେଦିନ ସନ୍ନିଧାନମରୁ ଦୂରରେ ରଖା ଗଲା ଯେଉଁଦିନ ଦୁଇ ମହିଳା ସୁପ୍ରିମକୋର୍ଟଙ୍କ ରାୟ ପରେ ସାବରିମାଲା ମନ୍ଦିରରେ ପ୍ରବେଶ କରିଥିଲେ।

ସିପିଆଇ(ଏମ) ଏବେ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେବାକୁ ଆଗପଛ ହେଉଛି। ଏଥିରେ କେରଳ ରାଜ୍ୟ ଶାସନ ସଚିବ ଏମ.ଭି ଗୋବିନ୍ଦନ କହିଛନ୍ତି ଯେ ମାମଲାରେ କୌଣସି ସ୍ପଷ୍ଟିକରଣ କେବଳ ପଦ୍ମକୁମାରଙ୍କଠାରୁ ଆସିବା ଆବଶ୍ୟକ। ତେବେ ପୂର୍ବନ ସିପିଆଇ(ଏମ) ବିଧାୟକ ତଥା ସାବରିମାଲା ସ୍ୱର୍ଣ୍ଣ ଚୋରି ମାମଲାରେ ଅଭିଯୁକ୍ତ ପଦ୍ମ କୁମାର ଅଭିଯୋଗ କରିଛନ୍ତି ଯେ ଏହି ଷଡ଼ଯନ୍ତ୍ର ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ରଚା ଯାଇଥିଲା, ଯାହାଙ୍କର ସେ ସମୟରେ ପାର୍ଟି ଓ ବାମପନ୍ଥୀ ସରକାରରେ ଅତୁଟ ପ୍ରଭାବ ଥିଲା।

ପଦ୍ମ କୁମାରକହିଛନ୍ତି ଯେ ତାଙ୍କୁ ସେଦିନ ସାବରିମାଲା ନ ଯିବାକୁ ପରାମର୍ଶ ଦିଆଯାଇଥିଲା ଓ ତାଙ୍କୁ ତିରୁଅନନ୍ତପୁରମ ପଠାଯାଇଥିଲା। ପଦ୍ମ କୁମାର ସାବରିମାଲାରୁ ସ୍ୱର୍ଣ୍ଣ ଚୋରି ମାମଲାରେ ଅଭିଯୁକ୍ତ ହେବା ପରଠାରୁ ପାର୍ଟିରୁ ଦୂରେଇ ଯାଇଛନ୍ତି ଓ ଜେଲରୁ ଜାମିନରେ ଫେରିବା ପରେ ଗଣମାଧ୍ୟମ ସହ କୌଣସି କଥା ହୋଇ ନାହାନ୍ତି। ଏହି ସୂଚନା ସେତେବେଳେ ଆସିଛି ଯେତେବେଳେ ସିପିଆଇ(ଏମ) ନେତୃତ୍ୱ ସାବରିମାଲା ସୁନା ଚୋରି ମାମଲାରେ ପଦ୍ମ କୁମାରଙ୍କ ବିରୋଧରେ ସଙ୍ଗଠନାତ୍ମକ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଛନ୍ତି।

ତେବେ ଗଣମାଧ୍ୟମ ଯେତେବେଳେ ପାର୍ଟିର ପ୍ରତିକ୍ରିୟା ଦାବି କଲା ଗୋବିନ୍ଦନ କହିଛନ୍ତି ଯେ ମାମଲାକୁ ପଦ୍ମ କୁମାର ନିଜେ ସ୍ପଷ୍ଟ କରିବା ଆବଶ୍ୟକ। ଗୋବିନ୍ଦନ କହିଛନ୍ତି ଯେ ପଦ୍ମକୁମାର ଯେତେବେଳେ ସୁନା ଚୋରି ମାମଲାରେ ଜେଲରୁ ମୁକୁଳିଲେ ତାଙ୍କୁ ପାର୍ଟିର ସବୁ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଗୋବିନ୍ଦନ କହିଛନ୍ତି ଯେ ପଦ୍ମ କୁମାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ସିପିଆଇ(ଏମ)ର ପଥନମଥିଟ୍ଟା ଜିଲ୍ଲା କମିଟି ଦ୍ୱାରା ନିଆଯିବ। କାରଣ ଜିଲ୍ଲା କମିଟି ସଙ୍ଗଠନାତ୍ମକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସକ୍ଷମ ପ୍ରାଧିକରଣ ଅଟନ୍ତି। ସାବରିମାଲାରେ ମହିଳାଙ୍କ ପ୍ରବେଶ ଗତ ବର୍ଷମାନଙ୍କରେ କେରଲରେ ସବୁଠୁ ବିବାଦସ୍ପଦ ରାଜନୈତିକ ଓ ସାମାଜିକ ବିବାଦ ମଧ୍ୟରେ ଏକ ହୋଇ ରହିଛି।

Source link



Source link

Leave A Reply

Your email address will not be published.